ଓଡିଶା

୨୪ ଘଣ୍ଟାରେ ଆଉ ୨୬୯୮ ନୂତନ କରୋନା ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୬୯୮ ନୂତନ କରୋନା ବାହାରି ଛନ୍ତି । ଏହି ସଂଖ୍ୟା ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୭୫ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୦୨୩ ରହିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୧ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୭୧୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪୮୫୭୬ ସୁସ୍ଥ ହୋଇଛନ୍ତି ଓ ୨୩୬୯୯ ଜଣ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ୪୭୫ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୧୬୨ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦୭ ଜଣ ଚିହ୍ନଟ ହୋଇଛନ୍ତି ।

Related posts

ବ୍ରହ୍ମପୁର ବିଏମସି କାର୍ଯ୍ୟାଳୟର କର୍ମଚାରୀ କରୋନାରେ ମୃତ୍ୟୁ

mahabharatanews

ଫ୍ରେଞ୍ଚ ଓପନ ଟାଇଟେଲ ଜିତି ଧୁମ୍ ମଚାଇଲେ ସାଇରାଜ – ଚିରାଗ

mahabharatanews

୧୬ରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

mahabharatanews