ଓଡିଶାରାଜନୀତି

ଶୂନ୍ୟକାଳରେ ଗୃହରେ ବିଜେପି ଉଠାଇଲା ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ

ଭୁବନେଶ୍ୱର: ଶୂନ୍ୟକାଳରେ ଗୃହ ରେ ବିଜେପି ଉଠାଇଲା ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ । ସରକାରଙ୍କୁ ଘେରିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଥିଲା ? କାହା ନିର୍ଦ୍ଦେଶରେ ଶ୍ରୀ ମନ୍ଦିର ନୀତି ବିରୁଦ୍ଧରେ ଉଷୁନା ଚାଉଳରେ ମହାପ୍ରସାଦ ତିଆରି ହେଲା ? ଏହା ଉପରେ ସରକାର ସ୍ପଷ୍ଟୀକରଣ ଦେବା ପାଇଁ ବାଚସ୍ପତିଙ୍କ ରୁଲିଂ ପାଇଁ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ରାଜ୍ୟପାଳଙ୍କ ମୁହଁରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା ସରକାର କରିଛନ୍ତି । ଉଷୁନା ଚାଉଳ ଅର୍ପଣ ରଥ ରୁ ମିଳିଲା । ଯାଞ୍ଚ କମିଟି ସଦସ୍ୟ ଦାମ ମହାସୁଆର ନିଜେ କହିଛନ୍ତି ଉଷୁନା ଚାଉଳ ମିଳିଛି । ବାର ମିଶା ଚାଉଳ ଶ୍ରୀ ମନ୍ଦିର କୁ ଗଲା କେମିତି । ଲୋକେ ଗୁଆ ସହ ଦାନ ରେ ଅର୍ଥ ବି ଦେଇଛନ୍ତି । କେତେ ଅର୍ଥ ସଂଗ୍ରହ ହେଲା ତାର ହିସାବ ନାହିଁ । ଡାଲା ଅଟୋ ରେ ସୋଲ ରେ ନିର୍ମିତ ଜଗନ୍ନାଥ ଙ୍କୁ ବାନ୍ଧି ବୁଲାଇଲେ, ଯାହା ଜଗନ୍ନାଥ ସଂସ୍କୃତି ର ପରିପନ୍ଥୀ । ଗଜପତି ମହାରାଜ ବି କହିଛନ୍ତି ଅର୍ପଣ ରଥ ମନ୍ଦିର ପ୍ରଶାସନ ର ନୁହେଁ । ମୁଖ୍ୟମନ୍ତ୍ରୀ ଗତକାଲି ଏବାବଦ ରେ ପଦୁଟିଏ କହିଲେନି । ଏ ପ୍ରସଙ୍ଗ ରେ ବାଚସ୍ପତି ଙ୍କ ରୁଲିଙ୍ଗ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ।

Related posts

ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

mahabharatanews

 ୮ ଘଣ୍ଟା ପରେ ଇଡି ଅଫିସ୍‌ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ 

mahabharatanews

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦେଶରେ ପ୍ରଶଂସନୀୟ, ପୁରସ୍କାର ଦେଲେ ପ୍ରଧାନମନ୍ତ୍ରୀ

mahabharatanews