ଓଡିଶା

 ୮ ଘଣ୍ଟା ପରେ ଇଡି ଅଫିସ୍‌ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ 

(ଭୁବନେଶ୍ୱର) : ୮ ଘଣ୍ଟା ପରେ ଇଡି ଅଫିସ୍‌ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ । ଇଡି ଅଫିସ୍‌ରୁ ବାହାରିବା ପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ରଖିଛନ୍ତି । ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ ରଖିଛି ବୋଲି ଶ୍ରୀ ସାମଲ କହିଛନ୍ତି । ଇଡିର ତଦନ୍ତକୁ ସଂପୂର୍ଣ୍ଣ ସହଯୋଗ କରୁଛି କହିଲେ ପ୍ରଫୁଲ୍ଲ ।
ସୂଚନାନୁଯାୟୀ , ନୋଟିସ ଅନୁସାରେ ଆଜି ଦିନ ସାଢ଼େ ୧୧ଟାରେ ହାଜର ହୋଇଥିଲେ ପ୍ରଫୁଲ୍ଲ । କଲେଜ ନାଁରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା । ଭଦ୍ରକ ଜିଲ୍ଲାର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡ଼ି ଅଧିକାରୀ ଦଳବଳ ଧରି ଛାପା ମାରିଥିଲା । ଭୁବନେଶ୍ୱର ସ୍ଥିତ ପଳାଶପଲ୍ଲୀ ଘରୁ ଦାମୀ କାର ସହ ୧୦ ଲକ୍ଷ ଟଙ୍କା ଜବତ କରିଛି ଇଡି । ଇଡି ଚଢାଉ ପରେ ମୁହଁ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ ଯେ, ରାଜନୈତିକ ଆକ୍ରୋଶ ଚଢାଉ କରାଯାଉଛି । ସେ କହିଥିଲେ, ମୁଁ କୌଣସି ଚୋରି କରିନାହିଁ । ଗତ ୧୫ ବର୍ଷ ହେଲା ଇଞ୍ଜିନିୟରିଂ କଲେଜ ସହ ତାଙ୍କର କୌଣସି ପ୍ରକାର ସଂପର୍କ ନଥିବା କହିଛନ୍ତି ପ୍ରଫୁଲ୍ଲ ।

Related posts

ଯୁବ ପ୍ରତୀକ ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ବଲୁକା କଳାରେ ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

mahabharatanews

ବରୀରୁ ୧୪୪୩ ସ୍ୱାବ ସଂଗ୍ରହ,୧୦୧୬ ନେଗେଟିଭ

mahabharatanews