ନାରାୟଣପାଟଣା/ ଦିଲୀପ ଦାସ : ଗାତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର କରାଯାଇଛି । କେରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରେ ଘଟିଛି ଘଟଣା । ମୃତ ବ୍ୟକ୍ତି ଜଣଙ୍କ ହେଲେ ସୀଙ୍ଗୁରୁ ତାଡିଙ୍ଗା ତଳଗୁମାଣ୍ଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗି ଗତକାଲି ହଳ ନେଇ ଜମିକୁ ଯାଇଥିବା ବେଳେ ଘରକୁ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଆଜି ସକାଳୁ ସୀଙ୍ଗୁରୁ ତାଡିଙ୍ଗିଙ୍କ ମୃତଦେହ ଏକ ଗାତରେ ପଡିଥିବା ଦେଖିବାକୁ ମିଳିଥିଲା । କେହି ହତ୍ୟା କରି ଫିଙ୍ଗିଦେଇଥିବା ସାନ୍ଦହ କରାଯାଉଛି । ଘଟଣାସ୍ଥଳରେ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟା କାଣ୍ଡ ଘଟିଥିବା କୁହାଯାଉଛି । ତେବେ କିଏ ଓ କାହିଁକି ପୂର୍ବତନ ସରପଞ୍ଚ ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଛି ।
