ଓଡିଶା

୨୦୦ ଶିଳ୍ପ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓରେ ଆଜି ଓଡ଼ିଶା ବିଜନେସ୍ ମିଟ୍ । ପ୍ରାୟ ୨୦୦ ଶିଳ୍ପ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ମିଳନୀକୁ ନିଜେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଜାପାନର ବଡ ବଡ ଉଦ୍ୟୋଗୀ ଓ ପୁଞ୍ଜିପତିଙ୍କୁ ସିଧାସଳଖ ଭେଟିବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ମିଳନୀର ପରିପ୍ରେକ୍ଷୀରେ ଜାପାନର ବଡ ବଡ ଉଦ୍ୟୋଗୀ ଓ ପୁଞ୍ଜିପତିଙ୍କୁ ସିଧାସଳଖ ଭେଟିବା ସହିତ ପୁଞ୍ଜି ନିବେଶ ପାଇଁ ରାଜ୍ୟକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ । ଜାପାନ ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସହ ନିପନ୍ ଷ୍ଟିଲ ସଭାପତିଙ୍କ ଆଲୋଚନା ହୋଇଥିଲା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ନିପନ ଷ୍ଟିଲ କର୍ପୋରେସନର ସଭାପତି ଏନେଇ ଘୋଷଣା କରିଛନ୍ତି ରାଜ୍ୟରେ ଶିଳ୍ପପତି ପ୍ରତିଷ୍ଠା ନେଇ ଉଭୟଙ୍କ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଓଡିଶାରେ ବୃହତ ତଥା ଅତ୍ୟାଧୁନିକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏକ ଲକ୍ଷ ୨୫ ହଜାର କୋଟି ନିବେଶ କରାଯିବା ନେଇ ସୂଚନା ରହିଛି । ଏହା ଦ୍ୱାରା ୫ ଟି ଜିଲ୍ଲାରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ।

Related posts

ସ୍କୁଲ ଫି ଲାଗି ପିଲା ବନ୍ଦୀ ପ୍ରସଙ୍ଗ

mahabharatanews

୧୬ ହଜାର କଫ୍ ସିରପ୍ ବୋତଲ ଜବତ

mahabharatanews

କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ଜଣଙ୍କୁ ନିର୍ମମ ହତ୍ୟା

mahabharatanews