ଅପରାଧଓଡିଶା

୧୬ ହଜାର କଫ୍ ସିରପ୍ ବୋତଲ ଜବତ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀରର ଯୁବବର୍ଗ କଫ ସିରପ୍କୁ ନିଶାର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି । ଏହାର ଫାଇଦା ନେଉଛନ୍ତି ଚୋରା ବେପାରବୀ । ବାରମ୍ବାର ଗିରଫ ହେବା ପରେ ମଧ୍ୟ ଜାମିନରେ ଆସି ଏମାନେ ପୁଣି ବେପାର ଜାରି ରଖିଛନ୍ତି । ରବିବାର ବଲାଙ୍ଗୀରରୁ ୧୬ ହଜାର ବୋତଲ କଫ ସିରପ୍ ଜବତ ହୋଇଛି । ୨ ଦିନ ତଳେ ଏଠାରେ ୧୦ ହଜାରରୁ ଅଧିକ କଫ୍ ସିରପ୍ ବୋତଲ ଜବତ କରାଯାଇଥିଲା । ଏହାର ଚାଲାଣକାରୀଙ୍କୁ ଧରିବା ପାଇଁ ବଲାଙ୍ଗୀର ପୋଲିସ ସ୍ୱତନ୍ତ୍ର ମୋବାଇଲ ନମ୍ବର ଜାରି କରିଛି । ଏହାର ଚୋରାଚାଲାଣକୁ ନେଇ ଗୁପ୍ତ ସୂଚନା ଦେଲେ ବା ହ୍ୱାଟ୍ସ ଆପ୍ରେ ଯୋଗାଯୋଗ କଲେ କଫ ସିରପ୍ ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବଲାଙ୍ଗୀର ଏସପି କହିଛନ୍ତି ।

Related posts

ପ୍ରକାଶ ପାଇଲା ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ

mahabharatanews

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ବିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଛନ୍ତି

mahabharatanews

ଗୀତା ଆବୄତ୍ତି ପ୍ରତିଯୋଗିତା ଅନୁଷ୍ଠିତ

mahabharatanews