ଓଡିଶାରାଜନୀତିଵାଣିଜ୍ୟ

ପୁଞ୍ଜିପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ ମୁଖମନ୍ତ୍ରୀ

ନଭେମ୍ବରରେ ହେବ ମେକ ଇନ ଓଡି଼ଶା କନକ୍ଲେଭ

ମୁମ୍ବାଇ: ଓଡି଼ଶାରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଛନ୍ତି। ସେଠାରେ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ। ରାଜ୍ୟରେ ଆର୍ଥିକ ବିକାଶ ଓ ବ୍ୟାପକ ନିଯୁକ୍ତି ସୃଷ୍ଟି ଲାଗି ପୁଞ୍ଜିପତିମାନଙ୍କୁ ବୁଝାଇବେ। ରାଜ୍ୟରେ ଖଣିଜ ସମ୍ପଦ, ବିଦ୍ୟୁତ କ୍ଷେତ୍ର, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ପ୍ଲାଷ୍ଟିକ କ୍ଷେତ୍ର, ବ୍ୟାଙ୍କିଂ, ବାଣିଜ୍ୟ କ୍ଷେତ୍ର ବିଷୟରେ ଶିଳ୍ପପତି ଓ ପୁଞ୍ଜିପତିମାନଙ୍କ ସହ ସିଧାସଳଖ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିନ ୧୧ଟାରୁ ଦୀର୍ଘ ଅଢେଇ ଘଣ୍ଟା ଧରି ପୁଞ୍ଜିପତିମାନଙ୍କ ସହ ଜଣ ଜଣ କରି ସିଧାସଳଖ ଆଲୋଚନା କରିବେ। ଦୀର୍ଘ ଅଢେଇ ଘଣ୍ଟା ମଧ୍ୟରେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ଅଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନୀଲ ଅଗ୍ରୱାଲ ଓ ନିଲକମଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ହିଟେନ ଭି. ପାରେଖଙ୍କ ପରି ପୁଞ୍ଜିପତିଙ୍କ ସହ ଆଲୋଚନା କରିବେ।

ଏହାଛଡା ବ୍ୟାଙ୍କିଂ ଓ ବାଣିଜ୍ୟିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ। ଏମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖରା, ଏଚଡିଏଫସି ବ୍ୟାଙ୍କର ଅଧ୍ୟକ୍ଷ ଅରବିନ୍ଦ ବୋହରା, ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରାଜେଶ ଝା, ଏସିଆନ ପେଣ୍ଟସ ଲିମିଟେଡ, ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ, ରାଲାର୍ସନ ଆଣ୍ଡ ଟୁବ୍ରୋ ଲିମିଟେଡ ଓ ଏସଟିଟି ଜିଡିସି ଇଣ୍ଡିଆ ପରି ବ୍ୟାଙ୍କିଂ ଓ ବାଣିଜ୍ୟିକ କ୍ଷେତ୍ରର ପଦାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଲୋଚନା କରିବେ। ଶିଳ୍ପପତି ଓ ବାଣିଜ୍ୟିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିସାରିବା ପରେ ସନ୍ଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ୨୦୧୬ ଓ ୨୦୧୮ରେ ରାଜ୍ୟରେ ପୁଞ୍ଜିନିବେଶ ଲାଗି ଭୁବନେଶ୍ୱରରେ ମେକ ଇନ ଓଡି଼ଶା କନକ୍ଲେଭର ଆୟୋଜନ କରିଥିଲେ। ତେବେ କରୋନା ମହାମାରୀ କାରଣରୁ ୨୦୨୦ରେ କନକ୍ଲେଭ ଅନୁଷ୍ଠିତ ହୋଇପାରିନଥିଲା। ଚଳିତ ବର୍ଷ ନଭେମ୍ବର ମାସରେ ମେକ ଇନ ଓଡି଼ଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି।

Related posts

୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 

mahabharatanews

ଉତ୍କଳ ବିକାଶ ପରିଷଦ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ

mahabharatanews

ଆରମ୍ଭ ହେଲା ବିଜୁ ଛାତ୍ର ଜନତା ଦଳର କର୍ମୀ ସମ୍ମିଳନୀ

mahabharatanews