ଓଡିଶା

ଉତ୍କଳ ବିକାଶ ପରିଷଦ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ

(ମହାଭାରତ/କଟକ): କଟକର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ’ ପକ୍ଷରୁ କଟକ ସଦର ବ୍ଲକ ଅରିଲୋ, ସୋମପୁର ପଞ୍ଚାୟତର ଗ୍ରାମାଞ୍ଚଳର ଲୋକମାନଙ୍କୁ ମାସ୍କ ଏବଂ ସାନିଟାଇଜ଼ର ବଣ୍ଟନ କରାଯାଇଛି । ଏହି ସେଵା କାର୍ୟ୍ୟକୁ ସଂଗଠନର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ପରିଚାଳନା କରିଥିଲେ । ଏହି ଅବସରରେ ସ୍ଥାନୀୟ ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଯାଇଥିଲା । ସଂଗଠନର ଅନ୍ୟ କର୍ମକର୍ତ୍ତା ଭାବେ ଇଂ.ପିନାକୀ ମହାନ୍ତି, ବିମଳ ପଣ୍ଡା, ଆଡ଼ଭୋକେଟ ପ୍ରଭାସ ଚନ୍ଦ୍ର ବେହେରା,ସୁରେସ ଚନ୍ଦ୍ର ସ୍ୱାଇଁ, ଆଲୋକ କୁମାର ବେହେରା, ସ୍ୱରୂପ କୁମାର ଦାସ, ସୂର୍ୟ୍ୟନାରାୟଣ ସାହୁ, ଶିବନାରାୟନ ସ୍ୱାଇଁ, ସ୍ମିତେଶ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ସଂଗଠନ ଏପରି ମହତ ସେବା କାର୍ୟ୍ୟକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ।

Related posts

ସ୍ମାର୍ଟ ସିଟିରେ ଝୁଲନ୍ତା ମୃତ ଦେହ ଉଦ୍ଧାର

mahabharatanews

ଟିମ୍ ଇଣ୍ଡିଆକୁ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିବେ ନାହିଁ ଶୁଭମନ ଗିଲ୍

mahabharatanews

ନବ ଚରଣ ମାଝୀଙ୍କୁ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ

mahabharatanews