ଓଡିଶାରାଜନୀତି

ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଜୁଲାଇ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି। ଏଣୁ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୫ ତାରିଖରେ ଅଭିଯୋଗ ପ୍ରକୋଷ୍ଠରେ ଚାଲିଥିବା ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ  ୧୦୦୦ ଅଭିଯୋଗର ଶୁଣାଣି ଶେଷ ହୋଇଥିବା ସୂଚନା ରହିଛି । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆର୍‌ଡିସିସ୍ତରରେ ଅଭିଯୋଗର ସମାଧାନ ପାଇଁ ଯୋଜନା କରାଯାଉଥିବା କୁହାଯାଇଛି ।

ସୂଚନାଯୋଗ୍ୟ, ଜୁଲାଇ ମାସର ପ୍ରଥମ ଦିନରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ରାସ୍ତା ଖୋଲିଥିଲେ। ତେବେ ରଥଯାତ୍ରା ପାଇଁ ସରକାରୀ ଛୁଟିଥିବାରୁ ଜୁଲାଇ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହୋଇପାରିନଥିଲା।

Related posts

ଦୁଇ ଦିନ ହେବ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ

mahabharatanews

କୋଣାର୍କ ଫେଷ୍ଟ ଓ ଆନ୍ତର୍ଜାତୀୟ ବାଲୁକା କଳା ଫେଷ୍ଟ ବାତିଲ

mahabharatanews

ମାଡିଆସୁଛି ଭୟଙ୍କରୀ ବାତ୍ୟା

mahabharatanews