ଓଡିଶାଖେଳବିଶ୍ୱଭାରତ

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

ରାଉରକେଲା: ହକି ବିଶ୍ୱକପ ପୂର୍ବରୁ ସଜେଇ ହେଇଛି ଷ୍ଟିଲ ସିଟି । ବିଭିନ୍ନ ସ୍ଥାନରେ ସୈନ୍ଦର୍ଯ୍ୟକରଣ ସହ କୋଏଲ ନଗର ଠାରେ ୩୨ ଏକର ଜମିରେ ନିର୍ମାଣ ହେଉଛି ପାର୍କ । ଗୋଟିଏ ସ୍ଥାନରେ ସହରଵାସୀଙ୍କୁ ସୁଲଭ ମୂଲ୍ୟରେ ମନୋରଞ୍ଜନର ସମସ୍ତ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ହକି ବିଶ୍ଵ କପ ପୁର୍ବରୁ ରାଉରକେଲା ସହରର ସୈନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିବାରୁ ରାଉରକେଲା ସହରବାସୀ ଏହାକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଛୋଟ ପିଲା ଓ ବୟସ୍କଙ୍କ ପାଇଁ ଅଲଗା ଅଲଗା ବୋଟିଂ ଵ୍ୟଵସ୍ଥା ସହ ଫୁଡ ପ୍ଲାଜା, ମଲ୍ଟି ପର୍ପଜ ମଣ୍ଡପ, ପିକନିକ୍ ପିଣ୍ଡି, ଯୋଗ କରିବା ସ୍ଥାନ ନିର୍ମାଣ କରାଯାଉଛି । ତେବେ ବିଶ୍ୱକପ ପାଇଁ ଓଡିଶା ସରକାର ରାଉରକେଲାରେ ଏକ ଷ୍ଟାଡିୟମ ନିର୍ମାଣ କରୁଥିବାବେଳେ କ୍ରୀଡାର ଭିତ୍ତିଭୂମିକୁ ସୁଦୃଢ କରିଛନ୍ତି ସରକାର ।

 

Related posts

୨୮ ତାରିଖ ପର୍ଯ୍ୟନ୍ତ ନିର୍ଧୁମ୍ ଛେଚିବ, ୩ ଜିଲ୍ଲାରେ ପ୍ରବଳ ବର୍ଷା

mahabharatanews

ଭିଜିଲାନ୍ସ ଜାଲରେ ହର୍ଟିକଲଚର ମାଳୀ

mahabharatanews

ନନ୍ଦନକାନନରେ ଟ୍ରାନ୍ସଫର୍ମର ମିଟର ୟୁନିଟ ଫାଟି ୩ ଗୁରୁତର

mahabharatanews