Accidentଓଡିଶା

ଛେଳିମାନଙ୍କ ସହ ଭାସିଯାଇଥିବା ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

କରଞ୍ଜିଆ : ନଦୀର ସୁଅରେ  ଛେଳିମାନଙ୍କ ସହ ଭାସିଯାଇ ବୃଦ୍ଧା ମୃତ  । ଏ ଭଳି ଅଭାବନୀୟ ଘଟଣା ଘଟିଛି ଶିମିଳିପାଳର ଭଣ୍ଡନ ନଦୀରେ । ମୃତକ ଜଣକ ହେଲେ  ଯଶୀପୁର ଥାନା ଅନ୍ତର୍ଗତ ଶିମିଳିପାଳ ପାଦଦେଶରେ ଥିବା ଠାକୁରଗୋଡ଼ା ଗ୍ରାମର ନାନୀତା ମହାକୁଡ଼।  ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଭଣ୍ଡନ ନଦୀ।  ସେ ଗତକାଲି ଛେଳି ଚରାଇ ଫେରୁଥିବା ସମୟରେ ହଠାତ ନଦୀରେ ପ୍ରବଳ ପାଣିବା ଯୋଗୁଁ ୧୩ଟି ଛେଳି ସହ ସେ ଭାସିଯାଇଥିଲେ। ଆଜି ପାଣି କମିବାରୁ ନଦୀର ଏକ ଖାଲ ଭିତରେ ତାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା।  ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ବହୁତ ଖୋଜ ଖୋଜି ପରେ ମୃତଦେହକୁ ଉଦ୍ଧାର କରିଛନ୍ତି ।

Related posts

ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ହିଞ୍ଜିଳି ରେଡ଼୍ ଜୋନ ଅଂଚଳରେ କୋଭିଡ଼ ମନିଟରିଂ କମିଟି ସହ ଜିଲ୍ଲାପାଳଙ୍କ ଆଲୋଚନା

mahabharatanews

ଗଜପତି ବ୍ଳଡ଼ ଡୋନର ପକ୍ଷରୁ ରକ୍ତଦାନ କରିବା ନେଇ ସଚେତନତା ବାଇକ ରାଲି

mahabharatanews