Accidentଓଡିଶା

ଛେଳିମାନଙ୍କ ସହ ଭାସିଯାଇଥିବା ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

କରଞ୍ଜିଆ : ନଦୀର ସୁଅରେ  ଛେଳିମାନଙ୍କ ସହ ଭାସିଯାଇ ବୃଦ୍ଧା ମୃତ  । ଏ ଭଳି ଅଭାବନୀୟ ଘଟଣା ଘଟିଛି ଶିମିଳିପାଳର ଭଣ୍ଡନ ନଦୀରେ । ମୃତକ ଜଣକ ହେଲେ  ଯଶୀପୁର ଥାନା ଅନ୍ତର୍ଗତ ଶିମିଳିପାଳ ପାଦଦେଶରେ ଥିବା ଠାକୁରଗୋଡ଼ା ଗ୍ରାମର ନାନୀତା ମହାକୁଡ଼।  ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଭଣ୍ଡନ ନଦୀ।  ସେ ଗତକାଲି ଛେଳି ଚରାଇ ଫେରୁଥିବା ସମୟରେ ହଠାତ ନଦୀରେ ପ୍ରବଳ ପାଣିବା ଯୋଗୁଁ ୧୩ଟି ଛେଳି ସହ ସେ ଭାସିଯାଇଥିଲେ। ଆଜି ପାଣି କମିବାରୁ ନଦୀର ଏକ ଖାଲ ଭିତରେ ତାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା।  ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ବହୁତ ଖୋଜ ଖୋଜି ପରେ ମୃତଦେହକୁ ଉଦ୍ଧାର କରିଛନ୍ତି ।

Related posts

କାର୍ଯ୍ୟରେ ଅବହେଳା: ଦୁଇ ବନ କର୍ମଚାରୀ ନିଲମ୍ବିତ

mahabharatanews

ଆରପାରିରେ ପାରାଦୀପର ବର୍ଷିଆନ ଶ୍ରମିକନେତା ଦୋଳଗୋବିନ୍ଦ ଦାସ

mahabharatanews

ବଉଳା କୁମ୍ଭୀର ଦେଖିବାକୁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ

mahabharatanews