ଓଡିଶା

କ୍ଳବ ସତ୍ୟବାଦୀ ପକ୍ଷରୁ ବୁଲା କୁକୁର, ଗାଈଗୋରୁଙ୍କ ଖାଦ୍ୟ ବଣ୍ଟନ

ଜୟନ୍ତ ସେଠୀ/ଗୋପ: ବିଶ୍ୱ ମହାମାରୀ କରୋନା ଭୂତାଣୁ ଯୋଗୁ ସବୁଆଡେ ଲକ୍ ଡାଉନ୍ ହେବା ଫଳରେ ଦୋକାନ ବଜାର ବନ୍ଦ ପଡିଛି । ଫଳରେ ଭୋକରେ ଆଉଟ୍ ପାଉଟୁ ହେଉଛି ବୁଲା ପଶୁ । ବୁଲା କୁକୁର ଓ ଗାଈ ଗୋରୁ ମାନଙ୍କର ଲକ ଡାଉନ ସମୟରେ ସାହାରା ହୋଇଛନ୍ତି କ୍ଳବ ସତ୍ୟବାଦୀ । କ୍ଳବ ସତ୍ୟବାଦୀର କିଛି ଯୁବକ ମାନେ ପ୍ରତିଦିନ ସଂଧ୍ୟାରେ ସ୍ପିକ ଫର ଆନିମଲ ସ୍ୱୋଚ୍ଛାସେବୀ ଅନୁଷ୍ଠାନର ସହାୟତାରେ କ୍ଳବ ସତ୍ୟବାଦୀର ସହଯୋଗରେ ସାକ୍ଷୀଗୋପାଳ ବଜାରରେ ବୁଲା କୁକୁର ଓ ଗାଈ ଗୋରୁ ମାନଙ୍କୁ ଖାଇବାକୁ ଦେଉଛନ୍ତି । ରାଜ୍ୟରେ କରୋନା ପାଇଁ ଲକ ଡାଉନ ଜାରି ହୋଇଛି । ଏଥିଯୋଗୁ ସାକ୍ଷୀଗୋପାଳ ବଜାରରେ ଭୋକିଲା କୁକୁର, ଗାଈ ଗୋରୁ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ସାକ୍ଷୀଗୋପାଳ ବଜାର ଓ ମନ୍ଦିର ପାଖରେ ଥିବା ଗୋରୁ , ଷଣ୍ଢ, ବୁଲା କୁକୁରମାନଙ୍କୁ ସଂଧ୍ୟା ସମୟରେ ଖାଦ୍ୟ ଓ ପାଣି ଦିଆଯାଇଛି । ଖାଦ୍ୟ ବଣ୍ଟନରେ ଆଲୋକ ଖୁଣ୍ଠିଆ, ବିକ୍ରମ ପାତ୍ର , ଅଭିଜିତି ସେନାପତି, ତେଫାନ ବେହେରା, ବିଦ୍ୟାଧର ସେନାପତି, ଲକ୍ଷ୍ମୀଧର ସାହୁ ପ୍ରମୁଖ ସହଯୋଗ କରୁଛନ୍ତି । ସୁଚନାଯୋଗ୍ୟ ଯେ ଲକ ଡାଉନ ନ ଉଠିବା ପର୍ୟ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Related posts

ଟ୍ରକ୍ ତଳେ ଚାପି ହୋଇ ବାଇକ୍ ଆରୋହୀ ମୃତ

mahabharatanews

ରାଜ୍ୟର ଯୁକ୍ତ ୩, ପିଜି ପରୀକ୍ଷା ବାତିଲ

mahabharatanews

ହାତୀକୁ ନିଆଁ ହୁଳା ମାଡ଼ ଘଟଣାରେ ୨ କର୍ମଚାରୀ ନିଲମ୍ବିତ

mahabharatanews