ଓଡିଶା

ବିଭିନ୍ନ ଗ୍ରାମରେ ଲକଡାଉନ ନିଷ୍ପତ୍ତି

ଗୋପ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ଗ୍ରାମଗୁଡିକରେ କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ଗ୍ରାମ ଗୁଡିକ ଏବେ ଲକ୍ କରାଯାଇଛି। ଗ୍ରାମରୁ କେହି ବାହାରକୁ ଯିବାକୁ ଦିଆଯାଉ ନାହିଁ କି ବାହାରୁ କାହାରିକୁ ଗ୍ରାମ ମଧ୍ୟରୁ ଆସିବାକୁ ଦିଆଯାଉ ନାହିଁ । ଗ୍ରାମକୁ କରୋନ।। ସଂକ୍ରମଣ ମୁକ୍ତ କରିବାକୁ ଗ୍ରାମବାସୀ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୁଚନାଯୋଗ୍ୟ, ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତର ବାଟୁଳିପଡା ଗ୍ରାମରେ ସମସ୍ତ ପରିବାର ଏକାଠି ହୋଇ ନିସ୍ପତି ଗ୍ରହଣ କରିଛନ୍ତି । ସେମାନେ କରୋନାକୁ ଗ୍ରାମରେ ଭର୍ତ୍ତି କରାଇ ଦେବେ ନାହିଁ । ନିଷ୍ପତି ଅନୁଯାୟୀ କେହି ବ୍ୟକ୍ତି ସରକାରଙ୍କ ଲକ ଡାଉନ ସମୟରେ ବାହାରକୁ ଯାଉନାହିଁ । ବିଶେଷ କରି ଯେଉଁମାନେ କଟକ, ଭୁବନେଶ୍ୱର ଯାଉଛନ୍ତି ସେମାନେ ନିଜର କର୍ମକ୍ଷେତ୍ରରେ ରୁହନ୍ତୁ । ନଚେତ ନିଜ ଘରକୁ ନ ଆସି ପାଖରେ ଥିବା କ୍ୱାରେଣ୍ଟାଇନ ଗୃହରେ ରହିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ପିପିଲି ଘଟଣା ଜଣାପଡିବା ପରେ ଏବେ ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନତା କରାଯାଉଛି । କେହି ବାହାରକୁ ନ ଯିବା ପାଇଁ କିଛି ଯୁବକ ନିବେଦନ କରିବା ସହ ବାଟୁଳିପଡା ଗ୍ରାମର ନିଷ୍ପତିକୁ ଆପଣେଇଥିବା ଜଣାପଡିଛି । ଏହି ନିଷ୍ପତ୍ତିକୁ ସତ୍ୟବାଦୀ ଅଞ୍ଚଳର ବହୁ ବୁଦ୍ଦଜୀବୀମାନେ ସ୍ୱାଗତ କରିଛନ୍ତି ।

Related posts

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ 

mahabharatanews

କଟକ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ

mahabharatanews

ମୋବାଇଲ ନେଟୱାର୍କ ନେଲା ଜୀବନ

mahabharatanews