ଓଡିଶା

ବରଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

(ଓମପ୍ରକାଶ ମିଶ୍ର/ ସୋନପୁର): ସୁବର୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମର ପାୱାର ଗ୍ରୀଡ ନିକଟରେ ଥିବା ଏକ ବରଗଛରୁ ଜଣେ ଯୁବକଙ୍କ ମୃତଦେହ ବିନିକା ଥାନା ପୋଲିସ ଉଦ୍ଧାର କରିଛି। ରାସ୍ତାରେ ଯିବା ଆସିବା ଲୋକ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତକ ଜଣକ ହେଲେ ସେଲେଡି ଗ୍ରାମର ଉମାକାନ୍ତ ଡାଙ୍ଗ,ବୟସ (୨୮) । ହତ୍ୟା ନା ଆତ୍ମହତ୍ୟା ଏ ନେଇ ବିନିକା ପୋଲିସ ତଦନ୍ତ ଜାରୀ ରଖିଛି। ରାତି ସମୟ ହୋଇଯାଇଥିବାରୁ ପୋଷ୍ଟ ମୋର୍ଟମ ହେଇପାରିନ ଥିବା ବେଳେ ଆଜି ପୋଷ୍ଟମୋଟମ କରାଯାଇଛି ।ଏ ନେଇ ବିନିକା ପୋଲିସ ଅଧିକ ତଦନ୍ତ କରୁଥିବା ଜଣା ପଡିଛି।

Related posts

ପୁରୀ ଗସ୍ତରେ ରାଜ୍ୟପାଳ

mahabharatanews

କ୍ଷେପଣାସ୍ତ୍ର ‘ସାଗରିକା’ର ସଫଳ ପରୀକ୍ଷଣ

mahabharatanews

କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲ

mahabharatanews