ମନୋରଞ୍ଜନ

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଚର୍ଚ୍ଚିତ ଦମ୍ପତି

ବଲିଉଡର ଚର୍ଚ୍ଚିତ ଯୋଡି ତାଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି । ମା ହୋଇଛନ୍ତି କ୍ୟାଟ୍ରିନା କୈଫ୍ । ଭିକି କୌଶଳ ଏବଂ କ୍ୟାଟ୍ରିନା କୈଫ୍ ବହୁତ ବିଳମ୍ବରେ ସେମାନଙ୍କ ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ ।ଆଉ ଏବେ ସେମାନେ ତାଙ୍କ ପୁତ୍ର ସନ୍ତାନ ବିଷୟରେ ଘୋଷଣା କରିଛନ୍ତି। ଭିକି ଏବଂ କ୍ୟାଟ୍ରିନା ପ୍ରଶଂସକମାନଙ୍କ ସହିତ ଖୁସି ଖବର ବାଣ୍ଟି ଘୋଷଣା କରିଛନ୍ତି ଯେ ସେମାନେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭିକି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ମୁଁ ଧନ୍ୟ ଅନୁଭବ କରୁଛି।

ସେପ୍ଟେମ୍ବର ୨୩ ତାରିଖରେ ଭିକି ଏବଂ କ୍ୟାଟ୍ରିନା ଘୋଷଣା ଷଣା କରିଥିଲେ ଯେ ସେମାନେ ଖୁବ୍ ଶୀଘ୍ର ପିତାମାତା ସେମାନେ ଲେଖିଛନ୍ତ ଯେ ଏହା ସେମାନଙ୍କ ଜୀବନର ସର୍ବୋତ୍ତମ ଅଧ୍ୟାୟ । ହେବାକୁ ଯାଉଛନ୍ତି । ସେଭିକି ବାପା ହେବା ପାଇଁ ବହୁତ ଉତ୍ସାହିତ ଥିଲେ I “ମୁଁ ବହୁତ ଉତ୍ସାହିତ ଏବଂ ଏହା ଏକ ବଡ଼ ଆଶୀର୍ବାଦ । ଏହା ଏକ ରୋମାଞ୍ଚକର ସମୟ, ଏବଂ ଏହା ବହୁତ ଖୁସିର କଥା,” ବିକି ତାଙ୍କ ପିତାଙ୍କ ଯାତ୍ରା ଆରମ୍ଭ ହେବ । ପୂର୍ବରୁ କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ କହିଥିଲେ।

ଭିକି ଏବଂ କ୍ୟାଟ୍ରିନା ଅନେକ ବର୍ଷ ଡେଟିଂ କରିବା ପରେ 2021 ମସିହାରେ ବିବାହ କରିଥିଲେ I ସେମାନେ ପ୍ରଶଂସକଙ୍କ ପ୍ରିୟ ଦମ୍ପତି I କ୍ୟାଟ୍ରିନାଙ୍କ ଗର୍ଭଧାରଣର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଥିବା ବେଳେ ସେମାନେ ସେପ୍ଟେମ୍ବରରେ ଏହି ଖବର ପ୍ରକାଶ କରିବା ପର୍ଯ୍ୟନ୍ତ ଏହାକୁ ଲୁଚାଇ ରଖିଥିଲେ ।

ଅନ୍ୟପଟେ, ସୋସିଆଲ୍ ମିଡିଆରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କ୍ୟାଟ ଏବଂ ଭିକିଙ୍କ ପୋଷ୍ଟ ସେୟାର କରିଛନ୍ତି। ସେ ଏହାର କ୍ୟାପସନରେ ଲେଖିଛନ୍ତି, “ମାଆ ଏବଂ ବାପାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।ସେହିପରି, ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନର ହୃଦୟଭରା କମେଣ୍ଟ ଦେଖାବାକୁ ମିଳିଛି

Related posts

ହାପି ବାର୍ଥଡେ ବିଗ ବି

mahabharatanews

ଜୁଲାଇରେ ବିବାହ କରିବେ ବିଗ୍ ବସ୍ ୧୬ର ଫେମ୍ ଅବଦୁ ରୋଜିକ୍

mahabharatanews

ମୁକ୍ତିଲାଭ କଲା  ‘The Vaccine War’

mahabharatanews