ମନୋରଞ୍ଜନ

ଜୁଲାଇରେ ବିବାହ କରିବେ ବିଗ୍ ବସ୍ ୧୬ର ଫେମ୍ ଅବଦୁ ରୋଜିକ୍

(ଭୁବନେଶ୍ୱର) : ରିୟାଲିଟି ସୋ ବିଗ୍ ବସ୍ ୧୬ର ଫେମ୍ ଅବଦୁ ରୋଜିକ୍ ଖବୁ ଶୀଘ୍ର ବିବାହ କରିବ‌ାକୁ ଯାଉଛନ୍ତି। ନିକଟରେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଅବଦୁ ରୋଜିକ୍ ଇନଷ୍ଟାଗ୍ରାମ ଜରିଆରେ ବିବାହ କରିବାକୁ ଯାଉଥିବାର ଖୁସି ଖବରକୁ ସମସ୍ତଙ୍କୁ ଜଣାଇଥିଲେ।

ସେ ଲେଖିଛନ୍ତି , ଆସନ୍ତା ଜୁଲାଇ ମାସରେ ମୁଁ ଅମୀରାଙ୍କୁ ସମସ୍ତ ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ କରିବି। ଏଥିପାଇଁ ଜୋରଦାର ପ୍ରସ୍ତୁତି ବି ଚାଲିଛି।’ ‘୧୯ବର୍ଷର ଅମୀରା ଯୁକ୍ତରାଷ୍ଟ୍ର ଆମେରିକାର ଅମିରାତିରେ ତାଙ୍କ ପରିବାର ସହିତ ବସବାସ କରନ୍ତି।  ଅମୀରା ସମସ୍ତଙ୍କ ସହିତ ଖୁବ ସହଜରେ ମିଶି ଯାଆନ୍ତି ସେ ଜଣେ ଭଲ ମଣିଷ। ଆମ ଦୁହିଁଙ୍କ ଭେଟ ମୁମ୍ବାଇର ଇଟାଲିୟନ ରେସ୍ତୋରାଁରେ ହୋଇଥିଲା। ସେଠାରେ ଆମେ ଦୁହେଁ ପ୍ରଥମଥର ପାଇଁ ପରସ୍ପର ସହିତ କଥା ହୋଇଥିଲୁ। କିଛି ସମୟର କଥା ହେବା ଭିତରେ ମୁଁ ଯେମିତି ଜୀବନସାଥୀଟିଏ ଚାହୁଁଥିଲି ଯେମିତି ଗୁଣ ଅମୀରାଙ୍କ ମଧ୍ୟରେ ରହିଥିଲା। ତେଣୁ ମନେମନେ ମୁଁ ଅମୀରାଙ୍କୁ ହିଁ ଜୀବନସାଥୀ କରିବି ବୋଲି ସ୍ଥିର କରି ଦେଇଥିଲି।

Related posts

ମନି ଲଣ୍ଡରିଂ ମାମଲା; କୋର୍ଟରେ ହାଜର ହେଲେ ଜ୍ୟାକଲିନ୍

mahabharatanews

ପଞ୍ଚଭୂତରେ ଲୀନ ହେଲେ ଗାୟକ ପଙ୍କଜ ଉଧାସ

mahabharatanews

ଜୟା ପ୍ରଦାଙ୍କୁ ଜେଲଦଣ୍ତ ସହ ଜରିମାନା

mahabharatanews