ଭାରତ

ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ରହିଲା ଚାଷୀ ଆନ୍ଦୋଳନ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା। ଏମଏସପି ଦାବି ନେଇ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ଏହି ଘୋଷଣା କରିଛି। ୨୯ ତାରିଖରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନିଆଯିବ। ଏବେବି ହରିୟାଣାରେ ଲାଗି ରହିଛି ଉତ୍ତେଜନା। ତେଣୁ ଆଜି ସଂଧ୍ୟାରେ କ୍ୟାଣ୍ଡେଲ ରାଲି କରିବେ ଚାଷୀ । ଆସନ୍ତା କାଲି କୃଷି ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ହେବ ସେମିନାର । ୨୬ରେ ୱାର୍ଲଡ ଟ୍ରେଡ ଅର୍ଗାନାଇଜେସନ ଓ କେନ୍ଦ୍ରର କୁଶପୁତ୍ତଳିକା ଦାହ କରିବେ । ଆସନ୍ତା ୨ ଦିନରେ ଏକାଧିକ ବୈଠକ ହେବା ଫେବ୍ରୁଆରୀ ୨୯ ରେ ପରବର୍ତ୍ତୀ ବଦକ୍ଷେପ ନେଇ ନିଷ୍ପତ୍ତି ନେବେ । ସମ୍ଭୁ ସୀବାରେ ହଜାର ହଜାର ଚାଷୀ ଡେରା ମାରିଛନ୍ତି । ଦିଲ୍ଲୀ ଆଡକୁ ମୁହଁ କରି ଛିଡା ହୋଇଛନ୍ତି ୨ ହଜାର ଟ୍ରାକ୍ଟର । ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ୧୦ ସଫା ଦାବିରେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି ଚାଷୀ । ଏଥିରେ ୨୦୦ରୁ ଅଧିକ ସଂଗଠନ ସାମିଲ ଅଛନ୍ତି । ପଞ୍ଜାବ – ହରିଆଣା ଶମ୍ଭୁ ସୀମରରେ ଚାଷୀ ଓ ପୋଲିସ ଛକାପଞ୍ଝା ହୋଇ ରହିଛନ୍ତି । ଚାଷୀଙ୍କୁ ଦିଲ୍ଲୀ କୁ ବାଟ ଛାଡୁନି ପୋଲିସ ।

Related posts

ଦୁଇଟି ନୌସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

mahabharatanews

ଅଚାନକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ପୋରଣ ,୯ ମୃତ 

mahabharatanews

ହୋଲି ପାଇଁ ସ୍ପେଶାଲ ଟ୍ରେନ

mahabharatanews