ଓଡିଶା

ଦକ୍ଷିଣଶ୍ୱର ୬ ନମ୍ବର ଯୋନ ଜଙ୍ଗଲରେ ପୁଣି ଲାଗିଲା ନିଆଁ

ପୁରୀ: କୁରୁଜଙ୍ଗ ଜଙ୍ଗଲରେ ପୁଣି ଲାଗିଲା ନିଆଁ । ତିନି ଦିନ କସରତ କରି ନିଅାଁକୁ ଅଗ୍ନିଶମ ବିଭାଗ ପକ୍ଷରୁ ଆୟତ କରାଯାଇଥିଲା । କିନ୍ତୁ ଏବେ ପୁଣି କେମିତି ଲାଗିଲା ନିଆଁ ତାହା ଏବେ ପ୍ରଶ୍୍ନବାଚୀ ସୃଷ୍ଟି କରିଛି । ସେପଟେ ବନ ବିଭାଗ ଅଧୀକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏଭଳି ଘଟୁଛି ବୋଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ତେବେ ବାରମ୍ବାର ନିଆଁ  ଲାଗିବାର କାରଣ କ’ଣ? ବନ ବିଭାଗ ଏନେଇ ସତର୍କ କାହିଁକି ନୁହେଁ? କ’ଣ ରହୁଛି ତ୍ରୁଟି? ଏହି ଘଟଣା ଥରେ ନହେଁ ବରଂ ବାରବାର କାହିଁକି ହେଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ନିଆଁ ଲାଗିଥିଲା ହରିଣ ଖିଆ ଜଙ୍ଗଲରେ ହେଲେ ଏବେ ଦକ୍ଷିଣଶ୍ୱର ୬ ନମ୍ବର ଯୋନରେ ନିଆଁ ଲାଗିଛି । ଏହାକୁ ଆୟତ୍ତ କରିବା ପାଇଁ କୁରୁଜଙ୍ଗ ଜନସାଧାରଣ ଅଣ୍ଟା ଭିଡିଛନ୍ତି ।

ତାଙ୍କ କହିବାନୁଯାୟୀ ଏ ନିଆଁ ପୂର୍ବରୁ ଜଙ୍ଗଲରେ ଲାଗିଥିବା ନିଆଁରୁ ଲାଗିଥାଇପାରେ । ସେପଟେ ରାତିରେ ଜେସିବି ସାହାର୍ୟ୍ୟରେ ଜଙ୍ଗଲ ଭିତରେ ପୋଖରୀ ଖୋଲା ଯାଇଥିଲେ ମଧ୍ୟ ପାଣିର ଅଭାବ ପରିଲକ୍ଷିତ ହେଉଛି । ଜଙ୍ଗଲରେ ଯାତାୟାତ ସୁବିଧା ନଥିବା ଯୋଗୁଁ ଜଙ୍ଗଲରେ ପାଣି ପହଁଚିବା କଷ୍ଟକର ବ୍ୟାପାର ହୋଇପଡୁଛି । ଯେଉଁଥିପାଇଁ ନିଆଁକୁ ଆୟତ୍ତ କରିବା ପାଇଁ ନାକେଦମ ହେଉଛନ୍ତି ସମସ୍ତେ । ତେବେ ବନ ବିଭାଗ କର୍ମଚାରୀ ଦାୟିତ୍ଵ ହୀନତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

 

 

Related posts

ଆଜିଠାରୁ ଆରମ୍ଭ ସ୍ବତନ୍ତ୍ର ଓଜେଇଇ

mahabharatanews

ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ଏରୋଡ୍ରମ୍ ଲାଇସେନ୍ସ ମିଳିଥିଲା

mahabharatanews

୬୦ କୁଇଣ୍ଟାଲ ଗୋମାଂସ ଜବତ ,ଗାଡ଼ି ଡ୍ରାଇଭର ଫେରାର

mahabharatanews