(ଶିମିଳିପାଳ) : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ଶିମିଳିପାଳ ଅଭୟାରଣ୍ୟର ଉଭୟ ଉତ୍ତର ଓ ଦକ୍ଷିଣରେ ୪୩ଟି ପଏଣ୍ଟରେ ଲାଗିଥିବା ଜଣା ପଡ଼ିଛି। ଉତ୍ତର ଶିମିଳିପାଳର ୧୮ ଟି ପଏଣ୍ଟ ଓ ଦକ୍ଷିଣ ଶିମିଳିପାଳର ୨୫ଟି ସ୍ଥାନରେ ନିଆଁ ଲାଗିଥିଲା ଏସବୁ ନିଆଁ ମନୁଷ୍ୟ କୃତ ବୋଲି କହିଛନ୍ତି ଶିମିଳିପାଳ ଉପ ନିର୍ଦ୍ଦେଶକ ।
ସୂଚନାନୁଯାୟୀ , ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ୨୬ ଜଣିଆ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି। ଶିମିଳିପାଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଜଟିଳ ସ୍ଥିତି ଥିବା ବେଳେ ସେ ସବୁକୁ ଆୟତ୍ତ କରାଯାଇଛି ବୋଲି କହିଛନ୍ତି ଶିମିଳିପାଳ ଉପ ନିର୍ଦ୍ଦେଶକ। ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ସଚେତନତା ରାଲି ଓ ୧୦୦ରୁ ଅଧିକ ମିଳିତ ମକଡ୍ରିଲ କରିଛି ବନବିଭାଗ।