ଭାରତରାଜନୀତି

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ

ଘଟିଥିଲା ଅନେକ ରୋଚକ ଘଟଣା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ଅଧିବେଶର ପ୍ରଥମ ଦିନରେ ଅନେକ ରୋଚକପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂସଦର ଉଭୟ ଗୃହର ସଦସ୍ୟମାନେ ଭୋଟ ଦେଇଥିଲେ। ଗୃହ କାର୍ଯ୍ୟ ଆରମ୍ଭରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ୟୁଏଇର ରାଷ୍ଟ୍ରପତି ଶେଖ ଖଲିଫା, କେନିଆର ପୂର୍ବତନ ରାଷ୍ଟ୍ରପତି ମାୱାଇ କିବେକି, ହିନ୍ଦୁସ୍ତାନୀ ସଂଗୀଜ୍ଞ ପଣ୍ଡିତ ଶିବକୁମାର ଶର୍ମାଙ୍କ ଉଦ୍ଦେଶ୍ୟରେ ଗୃହର ଉଭୟ ସଦନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହିପରି ଉଭୟ ସଦନର ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ। ଲୋକସଭାରେ ତୃଣମୂଳ ସାଂସଦ ତଥା ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ଶପଥ ଗ୍ରହଣ କରିଥିଲେ। ସେହିପରି ରାଜ୍ୟସଭାରେ କ୍ରିକେଟ ତାରକା ହରବଜନ ସିଂ, ମିଶା ଭାରତୀ, ରାଜୀବ ଶୁକ୍ଳାଙ୍କ ସମେତ ୨୫ ଜଣ ରାଜ୍ୟସଭା ସଦସ୍ୟ ଶପଥ ଗ୍ରହଣ କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିବଂଗତ ସଦସ୍ୟଙ୍କ ଲାଗି ପ୍ରାର୍ଥନା କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ଗୃହରେ କହିଥିଲେ। ଆସନ୍ତା ୨୫ ବର୍ଷ ପରେ ଭାରତ ସ୍ୱାଧୀନତାର ଶହେ ବର୍ଷ ପାଳନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ଅଧିବେଶନ ଚାଲିଥିବାବେଳେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଙ୍କର ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏନଡିଏର ବହୁ ତୁଙ୍ଗ ନେତା ସାମିଲ ହୋଇଥିଲେ।

Related posts

ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟସରକାର ଦେଇଛନ୍ତି ନୂଆ ଦାୟିତ୍ୱ

mahabharatanews

ଧର୍ମଘଟରେ ବସିଲେ ମମତା ବାନାର୍ଜୀ 

mahabharatanews

ଆସାମରେ ଶୁଭାରମ୍ଭ ହେଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ 

mahabharatanews