ଓଡିଶା

ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ

ଭୁବନେଶ୍ୱର: ସକାଳ ସାଢ଼େ 10 ଟା ସମୟରେ ଭୁବନେଶ୍ୱରରୁ ଜୟପୁରକୁ ବିମାନ ଚଳାଚଳର ଶୁଭାରମ୍ଭ ହୋଇଛି। ଏହି ବିମାନ ଚାଳଚଳକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ୱାନ ଏୟାର ସପ୍ତାହକୁ ୬ଦିନ ଉଡାଣ ଭାରିବ। ପ୍ରତ୍ୟେକ ଦିନ ପୂର୍ବାହ୍ନ 11 ଟା 35 ମିନିଟ ରେ ଭୁବନେଶ୍ଵର ବିଜୁ ପଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଅପରାହ୍ନ 1 ଟା 20 ମିନିଟ ରେ ଜୟପୁରରେ ପହଞ୍ଚିବ। ଜୟପୁରରୁ ଏହା 1 ଟା 40 ମିନିଟ ରେ ଛାଡିବ ଓ 2 ଟା 30ରେ ବିଶାଖାପାଟଣାରେ ପହଞ୍ଚିବ । ଏହା ଅପରାହ୍ଣ 3 ଟାରେ ବିଶାଖାପାଟଣାରୁ ବାହାରି 3 ଟା 50 ମିନିଟ ରେ ଜୟପୁର ରେ ପହଞ୍ଚିବ। 4ଟା 5 ମିନିଟ ରେ ଜୟପୁରରୁ ବାହାରି 5 ଟା 50 ମିନିଟ ରେ ଭୁବନେଶ୍ୱରରେ ପହଞ୍ଚିବ। ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ 20 ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା ।

ତେବେ ଅନ୍ୟପଟେ ଆଗାମୀ ଦିନରେ ଉଡାଣ ସ୍କିମ ଅଧିନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ ମିଳିଛି । ଏଥିଲାଗି DGCA ଅନୁମୋଦନ ମିଳିବା ପରେ ଭୁବନେଶ୍ୱରରୁ ଉତକେଲା ଓ ଉତକେଲାରୁ ରାୟପୁର ଯାଏଁ ବିମାନ ଚଳାଚଳ କରିବ। ୱାଇଲ୍ଡ କପ ପୂର୍ବରୁ ଭୁବନେଶ୍ବର ରୁ ରାଉରକେଲାକୁ ବିମାନ ଚଳାଚଳ କରିବ। ଏହି ରୁଟରେ ଭୁବନେଶ୍ୱର ରୁ ରାଉରକେଲା, ରାଉରକେଲାରୁ କୋଲକାତା ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ନୂଆ ବର୍ଷ ରୁ ଭୁବନେଶ୍ବର ରୁ ଗୁଆହାଟି କୁ ବିମାନ ଚଳାଚଳ କରିବା ନେଇ ସୂଚନା ମିଳିଛି। ଏହି ବିମାନ ସପ୍ତାହକ ରେ 4 ଦିନ ଉଡାଣ କରିବ । ରବିବାର ସୋମବାର ବୁଧବାର ଓ ଶୁକ୍ରବାର । ତେବେ କରୋନା ମହାମାରୀ କୁ ଦୃଷ୍ଟିରେ ରଖି 2020 ମସିହାରେ ଭୁବନେଶ୍ବର ରୁ  ଗୁଆହାଟି କୁ ବିମାନ ବନ୍ଦ ରହିଥିଲା।

Related posts

ଜଗନ୍ନାଥ ଟ୍ରକ ମାଲିକ ସଂଘ ନିର୍ବାଚନ ଶୃଖଂଳା ସହ ସଂପାଦନ

mahabharatanews

ମାଓବାଦୀଙ୍କ ଯୋଜନା ପଣ୍ଡ, ବୋମାକୁ ନିଷ୍କ୍ରିୟ କଲେ ଯବାନ  

mahabharatanews

ହାଇୱା ଧକ୍କାରେ ସ୍କୁଟି ଚାଳକ ମୃତ

mahabharatanews

Leave a Comment