ଓଡିଶା

ରଥ ପରିଚାଳନା ପାଇଁ ଶଙ୍କରାଚାର୍ଯ୍ୟଙ୍କ ପ୍ରଶଂସା

ପୁରୀ: ଚଳିତ ବର୍ଷ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ହୋଇ ଏକ ଇତିହାସ ରଚିଛି । ଏଥିନେଇ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ସମସ୍ତ ଓଡିଶାବାସୀଙ୍କୁ, ମୁଖ୍ୟତଃ ପୁରୀବାସୀଙ୍କୁ ପ୍ରଶଂସା କରିଛନ୍ତି। ବିନା ଭକ୍ତରେ ରଥଯାତ୍ରା ହୋଇଥିଲେ ମଧ୍ୟ ସୁଚାରୁ ରୂପେ ସମସ୍ତ କାର୍ୟ୍ୟ ସମ୍ପାଦନ ହୋଇଥିବାକୁ ନେଇ ଶଙ୍କରାଚାର୍ୟ୍ୟ ରଥ ସହ ଜଡିତ ବ୍ୟକ୍ତି, ସେବାୟତ, ପ୍ରଶାସନକୁ ପ୍ରଶଂସା କରିଛନ୍ତି । ଏଥିସହ ସମୟୋଚିତ ପଦକ୍ଷେପ ଯୋଗୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ଶଙ୍କରାଚାର୍ୟ୍ୟ ପ୍ରଶଂସା କରିଛନ୍ତି।
ସଠିକ ସମୟରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିବାରୁ ସୁପ୍ରିମ କୋର୍ଟର ପ୍ରଧାନବିଚାରପତି ଏବଂ ଅନ୍ୟ ବିଚାରପତିମାନଙ୍କୁ ଶଙ୍କରାଚାର୍ୟ୍ୟ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ମଧ୍ୟ ଲୋକଙ୍କୁ ଉତ୍ସାହିତ କରିଛି ବୋଲି ଶଙ୍କରାଚାର୍ୟ୍ୟ କହିଛନ୍ତି। ଗଜପତି, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଶଙ୍କରାଚାର୍ୟ୍ୟ ସାଧୁବାଦ ଜଣାଇଛନ୍ତି।

Related posts

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରୁ ସଂଖ୍ୟା ୨୬୩କୁ ବୃଦ୍ଧି

mahabharatanews

ଦୋକାନ ଗୃହରେ ଭୟଙ୍କର ଅଗ୍ନିକାଣ୍ଡ

mahabharatanews

ରାଜ୍ୟରେ ବଢୁଛି ତାତି 

mahabharatanews