ଓଡିଶା

ସ୍କ୍ରବ ଟାଇଫସ ଆତଙ୍କ; ସଂଖ୍ୟା ୩୫୫କୁ ବୃଦ୍ଧି

(ସୁନ୍ଦରଗଡ଼) : ରାଜ୍ୟରେ ଡେଙ୍ଗୁ ପରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୨୫ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ପରୀକ୍ଷା କରାଯାଇଥିବା ୧୦୮ଟି ନମୁନା ମଧ୍ୟରୁ ୨୫ଟି ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ରେ ପହଞ୍ଚିଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ଗତ ଜାନୁ୍ଆରି ମାସରୁ ଆଜିର ତାରିଖ ଯାଏ ୩୫୫ ଜଣ ସ୍କ୍ରବ୍‌ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ସ୍ବାସ୍ଥ୍ୟ ବିଭଗ ସୂଚନା ଦିଆଯାଇଛି।

Related posts

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆହତ

mahabharatanews

ପହଞ୍ଚିଲା  ଚତୁର୍ଥ ପର୍ଯ୍ୟାୟ ରଥକାଠ 

mahabharatanews

୭୬ ବର୍ଷରେ ବରଗଡ଼ ଧନୁଯାତ୍ରା

mahabharatanews