ଭୁବନେଶ୍ୱର: ଭୁବନେଶ୍ୱର ରେଲ୍ୱେ ଷ୍ଟେସନ ପ୍ଲାଟ୍ଫର୍ମରୁ ଇଂଜିନିୟରିଂ ଛାତ୍ରୀ ନେଇ ଅଭିଯୋଗ । ନିଖୋଜ ଯୁବତୀ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାରେ ସ୍ୱିଟି ରୟ। ସୁଇଟି ଖଣ୍ଡଗିରିରେ ଥିବା ଏରୋ ସ୍ପେସ ଆଣ୍ଡ ଇଞ୍ଜିନିୟରିଂ କଲେଜ ଛାତ୍ରୀ । ଗତକାଲି ଜନଶତାବ୍ଦୀ ଟ୍ରେନ୍ରେ ଆସି ଭୁବନେଶ୍ୱର ୬ ନମ୍ବର ପ୍ଲାଟ୍ଫର୍ମରେ ଓହ୍ଲାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ତାଙ୍କ ମୋବାଇଲ ସୁଇଚ ଅଫ୍ ରହିଛି ।
ଛାତ୍ରୀ ଜଣଙ୍କ ଉତ୍କଳ ଏରୋ ସ୍ପେସ୍ ଆଣ୍ଡ୍ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ ବୋଲି ସୂଚନା ମିଳିଛି। ନିଖୋଜ ନେଇ ସ୍ୱିଟିଙ୍କ ବାପାଙ୍କ ବନ୍ଧୁ ସୁରେଶ ପଣ୍ଡା ଅଭିଯୋଗ କରିଛନ୍ତି। ସୁଇଟିଙ୍କ ବାପା ଜଣେ ବିଏସଏଫ ଯବାନ । ନିଖୋଜ ଝିଅଙ୍କ ବାପା ମା ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ୱର ପହଞ୍ଚିବେ । ତେବେ ତାଙ୍କୁ ଅପହରଣ କରାଯାଇଛି କି ଏହା ପଛରେ ପ୍ରେମ ବ୍ୟାପାର ରହିଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଜିଆରପି ଏନେଇ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ।