ଓଡିଶା

ଗୁଣିଗାରେଡି ସନ୍ଦେହରେ ହତ୍ୟା ।

(ରିପୋଟର୍ସ ଟୁୁଡେ) ; ପୁଣି ସାମ୍ନାକୁ ଆସିଲା ଆଉ ଏକ ଅନ୍ଧବିଶ୍ୱାସର କୁ ପରିଣାମ । ଗୁଣିଗାରେଡି ସନ୍ଦେହରେ ହତ୍ୟା ହୋଇଥିବା ଅନୁମାନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ବରମାଳ ଗାଁରେ । ମୃତ ବ୍ୟକ୍ତିଙ୍କ ନାମ ନିତ୍ୟା ଭୋଇ ବୋଲି ଜଣା ପଡିଛି । ଖବର ଅନୁଯାୟୀ, ବରମାଲ ଗାଁରୁ ନିତ୍ୟା ଭୋଇଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଯାହାର ଖବର ପୋଲିସ ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ । ତେବେ ବୃଦ୍ଧଙ୍କ ମୃତ୍ୟୁ କିପରି ହେଲେ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଗୁଣିଗାରେଡି ସନ୍ଦେହରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପୋଲିସ ତଦନ୍ତ ତଦନ୍ତ ଚଲାଇଛି ।

Related posts

ହାଇଦ୍ରାବାଦରେ କୋରାପୁଟର ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews

ଡ଼ିସେମ୍ବର ୨୪ତାରିଖରୁ ଆରମ୍ଭ ହେବ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା

mahabharatanews

ଆଜି ଜେରା ହେବାରୁ ବଞ୍ଚିତ ବିଦ୍ୟାଭାରତୀ, ଫେରିଛି କ୍ରାମବ୍ରାଞ୍ଚ..

mahabharatanews