ଓଡିଶା

ନବ ଦମ୍ପତ୍ତିଙ୍କୁ ଗିପ୍ଟ ଦେବେ ସରକାର

ବିବାହ ଦିନ ଆଶାକର୍ମୀ ପ୍ରଦାନ କରିବେ ଏହି ଗିପ୍ଟ

ଭୁବନେଶ୍ୱର: ନବ ଦମ୍ପତ୍ତିଙ୍କ ଲାଗି ଖୁସି ଖବର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶାକର୍ମୀଙ୍କ ଜରିଆରେ ରାଜ୍ୟ ସରକାର ଏହି ଗିପ୍ଟ ପ୍ରଦାନ କରିବେ। ନବ ଦମ୍ପତ୍ତିଙ୍କ ଲାଗି ଏହି ଯୋଜନା ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଲାଗୁ କରାଯିବ। ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡି଼ଶା ଏଭଳି ବିବାହ ଗିପ୍ଟ ପ୍ରଦାନ କରିବାକୁ ଯାଉଛି। ଓଡି଼ଶାରେ ନୂଆ ବିବାହ କରିବାକୁ ଯାଉଥିବା ନବ ଦମ୍ପତ୍ତିଙ୍କୁ ଏନଆରଏଚଏମ ତରଫରୁ ଏହି ଗିପ୍ଟ ପ୍ରଦାନ କରାଯିବ। ସମ୍ପୃକ୍ତ ଗିପ୍ଟ ପ୍ୟାକେଟରେ କଣ ରହିବ ସେ ନେଇ ଲୋକଙ୍କ ମଧ୍ୟରେ ଉକ୍ରଣ୍ଠା ବଢିଯାଇଛି। ସମ୍ପୃକ୍ତ ଗିପ୍ଟ ପ୍ୟାକେଟରେ ୨ଟି ଟାୱ୍ୱେଲ, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ପରିବାର ନିୟୋଜନ କିଟ, ଓରାଲ କଣ୍ଟ୍ରା ସେପଟିକ ପିଲ, ପ୍ରେଗନେନ୍ସି ଟେଷ୍ଟି କିଟ ଓ ବିବାହ ପଞ୍ଜିକରଣ ଫର୍ମ ରହିବ ବୋଲି ଜଣାପଡିଛି। ଏଥି ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କେତେକ ସଚେତନଧର୍ମୀ ପୁସ୍ତିକା ପ୍ରଦାନ କରାଯିବ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ନିର୍ଦ୍ଦେଶିକା ଶାଲୀନ ପଣ୍ଡିତ କହିଛନ୍ତି।

Related posts

ପାଳଲହଡା ବିଧାୟକ ମୁକେଶଙ୍କୁ ଝଟକା

mahabharatanews

ଗଛରେ ପିଟିହେଲା କାର୍‌, ୬ ମୃତ

mahabharatanews

ବଜ୍ରାଘାତରେ ଚାଲିଗଲା ୩ ଜୀବନ

mahabharatanews