କନ୍ଧମାଳ : ମହିଳା ସବ୍ ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ । ଝୁଲନ୍ତା ଅବସ୍ଥାରେ ସରକାରୀ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଏସଆଇଙ୍କ ମୃତଦେହ ମିଳିଛି । ମୃତ ମହିଳା ଏଏସଆଇଙ୍କ ନାଁ ସ୍ୱାଗତିକା ବେହେରା ।
ସ୍ୱାଗତିକା ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ଆଇଆଇସି, ଏସଡିପିଓ ଏବଂ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହିଛନ୍ତି । ମୃତ ଶବ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜି .ଉଦୟଗିରିରେ ରଖା ହୋଇଛି । ତାଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । କେଉଁ ପରିସ୍ଥିତିରେ ମହିଳା ଏସଆଇ ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି । ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।