ଭାରତ

ଭାରତୀୟ ନୌସେନାକୁ ବଡ ସଫଳତା

(ଗୁଜୁରାଟ) : ଗୁଜୁରାଟର ଆତଙ୍କବାଦୀ ବିରୋଧୀ ଦଳ ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ସହିତ ମଙ୍ଗଳବାର ଦିନ ଉପକୂଳବର୍ତ୍ତୀ ଅଞ୍ଚଳରେ ମିଳିତ ଅପରେସନ କରିଛନ୍ତି। ଏହି ସମୟରେ ଏକ ସନ୍ଦିଗ୍ଧ ଡଙ୍ଗାକୁ ଅଟକାଇ ଏହାର କର୍ମଚାରୀଙ୍କ ପାଞ୍ଚଜଣ ସଦସ୍ୟଙ୍କୁ ଅଟକ ରଖାଯାଇଥିଲା। ଏପରି ଏକ ବଡ଼ ଧରଣର ନିଶାଦ୍ରବ୍ୟ ଜବତ ପରେ ଗୃହ ମନ୍ତ୍ରୀ ଅମିତ ଶାହ ତଦନ୍ତକାରୀ ଟିମ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କେବଳ ସେତିକି ନୁହେଁ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ଲୋକମାନେ ଇରାନ ଏବଂ ପାକିସ୍ଥାନର ହୋଇଥିବେ। ସେମାନଙ୍କଠାରୁ ହଜାରେ କୋଟି ଟଙ୍କାର ୩,୩୦୦ କିଲୋଗ୍ରାମରୁ ଅଧିକ ନିଶାଦ୍ରବ୍ୟ ଉଦ୍ଧାର କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ NCB ଅଧିକାରୀ, ଭାରତୀୟ ନୌସେନା ଟିମ୍‌ ଓ ଗୁଜରାଟ୍‌ର ଆଣ୍ଟି-ଟେରରିଜିମ ସ୍କ୍ୱାର୍ଡ ଗୁଜରାଟ ଉପକୂଳରେ ଦୁଇ ଦିନ ହେବ ଡେରା ପକାଇଥିଲେ। ସେମାନେ ତନ ତନ କରି କୂଳରେ ଲାଗୁଥିବା ସମସ୍ତ ଜାହାଜକୁ ଯାଞ୍ଚ କରୁଥିଲେ। ଏହାପରେ ପାକିସ୍ତାନରୁ ଆସିଥିବା ବୋଟ୍‌ଟି ଗୁଜରାଟ ଉପକୂଳରେ ପହଞ୍ଚିବା ପରେ ତାହାକୁ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହାପରେ ଜାହାଜରୁ ଯାହା ବାହାରିଲା ତାକୁ ଦେଖି ତଦନ୍ତକାରୀ ଅଧିକାରୀଙ୍କ ଆଖି ଖୋସି ହୋଇ ଯାଇଥିଲା। ଜାହାଜରୁ ଗଞ୍ଜେଇ ସମେତ ଆହୁରି ବହୁ ଭିନ୍ନ ଭିନ୍ନ ନିଶାଦ୍ରବ୍ୟ ବହୁ ପରିମାଣରେ ଜବତ ହୋଇଛି।

 

Related posts

କମିବ ନକଲି ଔଷଧ ବ୍ୟାପାର ;ଏଣିକି ଔଷଧରେ ରହିବ କ୍ୟୁଆର୍‌ କୋଡ୍‌

mahabharatanews

ଦିଲ୍ଲୀରେ ଆଉ ନାହିଁ ବର୍ଷା 

mahabharatanews

ଆଜିଠାରୁ ସଂସଦର ବଜେଟ ଅଧିବେଶନ,କାଲି ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ

mahabharatanews