ମନୋରଞ୍ଜନ

ଏହି କାରଣରୁ ବନ୍ଦ ହେଲା ‘ଦ କପିଲ ଶର୍ମା ସୋ’

(ମୁମ୍ବାଇ) : ବନ୍ଦ ହେଲା ‘ଦ କପିଲ ଶର୍ମା ସୋ’। ଲୋକପ୍ରିୟତା ଦେଶ ତଥା ଦେଶ ବାହାରେ ବି ରହିଛି। ବିଦେଶରେ ବି ଲୋକେ ‘ଦ କପିଲ ଶର୍ମା’ ସୋ’କୁ ଦେଖିବାକୁ ଖୁବ ଭଲ ପାଆନ୍ତି। ବିଦେଶରେ ଏହି ସୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ହାସ୍ୟାଭିନେତା କପିଲ ତାଙ୍କ ସୋ‘ ‘ଦ କିପଲ ଶର୍ମା’କୁ ତାଲା ପକାଇ ଦେଇଛନ୍ତି। ଆଉ ସମ୍ପୂର୍ଣ୍ଣ ଦଳକୁ ଧରି ସେ ବିଦେଶଗସ୍ତରେ ବାହାରି ପଡ଼ିଛନ୍ତି।

 

 

ସୂଚନାନୁଯାୟୀ , ବିମାନବନ୍ଦରରେ କପିଲ ତଥା ତାଙ୍କ ଟିମଙ୍କୁ ଦେଖିବାକୁ ମିଳିଥିଲା  ସମସ୍ତେ ଆମେରିକାଗସ୍ତରେ ଯାଉଥିବାରୁ ବେଶ ଖୁସି ଥିବା ନଜର ଆସିଥିଲା। ଏହି ଗସ୍ତକୁ ନେଇ କପିଲ କହିଛନ୍ତି, ସେ ତାଙ୍କ ଦଳ ସହିତ ଆମେରିକାରେ ପହଞ୍ଚି ବିଭିନ୍ନ ସ୍ଥାନରେ ସୋ’ କରିବେ। ଏହି ଗସ୍ତ ପାଇଁ ‘କପିଲ ଶର୍ମା ସୋର ସୁଟିଂ କିଛିଦିନ ପାଇଁ ବନ୍ଦ ରହିବ।

Related posts

ବୁର୍ଜ ଖଲିଫାରେ ରିଲିଜ ହେବ ଚଳଚ୍ଚିତ୍ର ‘ଯବାନ’

mahabharatanews

ନିରବି ଗଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

mahabharatanews

ଧମାଲ ମଚାଉଛି  ଫିଲ୍ମ ‘Yodha’

mahabharatanews