ଭାରତ

ଅଚାନକ ଭୁଶୁଡି ପଡିଲା ମଝି ରାସ୍ତା,ଭୟବିତ ଲୋକେ   

(ଦିଲ୍ଲୀ) : ଅଚାନକ ଭୁଶୁଡି ପଡିଲା ରାସ୍ତା । ଦିଲ୍ଲୀର ଜନକପୁରୀ ଅଞ୍ଚଳସ୍ଥ ପୋସାଙ୍ଗୀପୁର ଛକ ନିକଟରେ ଥିବା ମୁଖ୍ୟ ସଡ଼କ ବୁଧବାର ସକାଳେ ହଠାତ ଭୁଶୁଡ଼ି ପଡ଼ିଥିଲା। ଯାହାକୁ ଦେଖି ସେହି ରାସ୍ତ ଦେଇ ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇଯାଇଥିଲେ। ଆଉ ପଛକୁ ଫେରି ଚାଲି ଯାଇଥିଲେ।

ସୂଚନାନୁଯାୟୀ , ଆଜି ସକାଳ ୬ଟା ସମୟରେ ହଠାତ ପୋସାଙ୍ଗୀପୁର ଛକ ନିକଟରେ ଥିବା ମୁଖ୍ୟ ରାସ୍ତା ଭୁଶୁଡ଼ି ପଡ଼ିଥିଲା। ଦେଖୁଦେଖୁ ରାସ୍ତା ୧୦ଫୁଟ ଲମ୍ବା ଓ ୧୦ଫୁଟ ଚଉଡ଼ା ସମେତ ୬ଫୁଟ ଗଭୀର ପର୍ଯ୍ୟନ୍ତ ଗାଢ଼ା ହୋଇଯାଇଥିଲା। ରାସ୍ତା ତଳୁ ପାଇ ଲାଇନ ଯାଉଛି। ଏହି ପାଇପ ଲାଇପ ଲିକେଜ ହେତୁ ରାସ୍ତା ଏମିତି ଭୁଶୁଡ଼ି ପଡ଼ିଥିବା ଲୋକେ ଅନୁମାନ କରିଛନ୍ତି।  ତେବେ ରାସ୍ତା ଏପରି କାହିଁକି ଭୁଶୁଡ଼ି ପଡ଼ିଲା ସେ ନେଇ  କିଛି ସ୍ପଷ୍ଟ ହୋଇପାରି ନାହିଁ ।

Related posts

ବିଶ୍ୱ କିଡ୍‌ନି ଦିବସ

mahabharatanews

ରାଜନୀତିରୁ ସନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି

mahabharatanews

ମଧ୍ୟପ୍ରଦେଶ-ଛତିଶଗଡ଼ରେ ସରିଲା ପ୍ରଚାର

mahabharatanews