ଓଡିଶା

ପୂର୍ବ ଭାରତରେ ସବୁଠୁ ବଡ ଇକମୋ ୟୁନିଟ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଇକମୋ ଚିକିତ୍ସା । ଖୁବଶୀଘ୍ର ଆସନ୍ତା ୨୭ ତାରିଖରୁ କଟକ ଏସସିବି ବଡ ମେଡିକାଲରେ ଇକମୋ ଚିକିତ୍ସା ଆରମ୍ଭ ହେବ । ଏଥିପାଇଁ ମେଡିକାଲରେ ମୋଟ ୯ଟି ଇକମୋ ମେସିନ ରହିବ, ଯାହା ପୂର୍ବ ଭାରତରେ ସବୁଠାରୁ ବଡ ୟୁନିଟ ହେବ । ଏ ନେଇ ମେଡିକାଲରେ ଗତକାଲି ସମୀକ୍ଷା କରାଯାଇଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ତେବେ ତୃତୀୟ ଲହର ଆସିଥିଲେ ମଧ୍ୟ ଏହା ଦ୍ୱିତୀୟ ଲହର ଭଳି ହୋଇ ନପାରେ । ଏଥିସହ ଯଦି ଭାଇରସ ରୂପ ବଦଳାଏ ତେବେ ଏହାର ପ୍ରଭାବ ଅଧିକ ରହିବ ବୋଲି ସେ କହିଛନ୍ତି । ଏହି ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ମତ ଦେଉଥିବା ବେଳେ ଜନସାଧାରଣଙ୍କ ମନରେ ଏହାକୁ ନେଇ କିଛି ମାତ୍ରାରେ ଭୟ ଦେଖାଦେଇଛି ।

Related posts

ଘରକୁ ଆସିଲେ ଦୁଇଟି ଦୁଇଟି ଅତିଥି ; ଖୁସି ଖବର ଦେଲେ ଚୁଲବୁଲି ନାୟିକା ଝିଲିକ୍

mahabharatanews

ଭାଲୁ ଆକ୍ରମଣରେ ୩ ଆହତ

mahabharatanews

କୋଡିଙ୍ଗାମାଳି ସୁରକ୍ଷା ମଞ୍ଚର ଥାନା ଘେରାଉ

mahabharatanews