Uncategorized

ପ୍ରାଥମିକତାରେ ଶିକ୍ଷକଙ୍କୁ ଟୀକା

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ଧିରେ ଧିରେ ଖୋଲୁଛି ସ୍କୁଲ । ତେବେ ସ୍କୁଳ ଖୋଲିବା ପରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି । ତେବେ ଏ ନେଇ ସମସ୍ତ ଶିକ୍ଷକଙ୍କୁ ଟୀକା ପ୍ରଦାନ କରିବା ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ଆଗକୁ ଗୁରୁ ଦିବସ । ତେବେ ଏହା ପୂର୍ବରୁ ଶିକ୍ଷକମାନଙ୍କୁ ପ୍ରଥମିକତା ଭାବରେ କୋରୋନା ଟୀକା ଦେବା ପାଇଁ ଆଜି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅନୁରାଧ କରିଛନ୍ତି ।
ଶିକ୍ଷକମାନଙ୍କ ଟୀକାକରଣ ପାଇଁ ସମସ୍ତ ରାଜ୍ୟଗୁଡିକୁ ଟୀକା ପ୍ରଦାନ ଯୋଜନାରେ ଅତିରିକ୍ତ ୨ କୋଟି ଟୀକା ଯୋଗାଇ ଦିଆଯାଉଛି । ତେଣୁ ସମସ୍ତ ରାଜ୍ୟର ସରକାରଙ୍କୁ ସେପ୍ଟେମ୍ବର ୫ ଅର୍ଥାତ ଗୁର ଦିବସ ପୂର୍ବରୁ ଟୀକା ଦେବା ପାଇଁ ଅଦୁରୋଧ କରୁଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ସ୍କୁଲରେ ପାଠପଢ଼ାଉଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ପ୍ରୟାସ କରନ୍ତୁ ବୋଲି ସେ କହିଛନ୍ତି।

Related posts

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଉଁଶ ମାଛ

mahabharatanews

ରହସ୍ୟ ଘେରରେ ପ୍ଲେସ ଅଫ୍ ଗର୍ଡ

mahabharatanews

ଚକାଫାଟି ଓଲଟିଲା ବସ୍, ୪୦ ଆହତ, ୧୫ ଗୁରୁତର

mahabharatanews