Uncategorized

ଏଣିକି କରୋନା ସଂକ୍ରମଣରେ ଫୁସଫୁସ ରହିବ ସୁସ୍ଥ

ନ୍ୟୁୟର୍କ: କୋଭିଡ-୧୯ ଉପରେ ବିଜୟ ହାସଲ କରିବାକୁ, କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଔଷଧ ପ୍ରସ୍ତୁତିରେ ଲାଗି ରହିଛନ୍ତି। ଏହି ଅନୁସଂଧାନ ମଧ୍ୟରେ ଏକ ସୁଫଳ ହାସଲ କରିଛି ଆମେରିକା । ନ୍ୟୁୟର୍କର ବୈଜ୍ଞାନିକମାନେ ‘ଇଆଇଡିଡି-୨୮୦୧’ ଟ୍ୟାବଲେଟ୍‌ ପ୍ରସ୍ତୁତ କରିଛନ୍ତି। ଏହା କରୋନା ସଂକ୍ରମଣରେ ଫୁସ୍‌ଫୁସ୍‌କୁ ସୁରକ୍ଷିତ ରଖିବାକୁ ସକ୍ଷମ ହେବ ବୋଲି କୁହାଯାଉଛି।

କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ଶରୀରର ଫୁସଫୁସ ଅଧିକ ପ୍ରଭାବିତ ହୋଇଥାଏ । ଶରୀରରେ କରୋନା ଭୂତାଣୁ ନିଜର ଜେନେଟିକ୍‌ ପ୍ରସ୍ତୁତିରେ ବ୍ୟବହାର କରୁଥିବା ଏନ୍‌ଜାଇମ୍‌କୁ ‘ଇଆଇଡିଡି-୨୮୦୧’ ଟ୍ୟାବଲେଟ୍‌ ପ୍ରତିରୋଧ କରିଥାଏ। ଫଳରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଶରୀର କ୍ଷତିଗ୍ରସ୍ତ ହୋଇ ନ ଥାଏ। ଏହି ଔଷଧର ପରୀକ୍ଷଣ ମନୁଷ୍ୟ ଉପରେ କରିବା ପାଇଁ ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡ଼ମିନିଷ୍ଟ୍ରେଶନ ପକ୍ଷରୁ ଅନୁମତି ଦିଆଯାଇଛି। ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ‘ଇଆଇଡିଡି-୨୮୦୧’ ଟ୍ୟାବଲେଟ୍‌କୁ ଲୋକଙ୍କୁ ଦିଆଯିବ ବୋଲି ଇମୋରି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଦିଲ୍ଲୀ ଫଳାଫଳ ପାଇଁ ସାହିନବାଗ ଖାଲି

mahabharatanews

ସିଲ୍‌ ହେଲା ଦିଲ୍ଳୀର ୧୩ଟି କୋଚିଂ ‌ସେଣ୍ଟର୍‌

mahabharatanews

ଆଜି ୨୪ ଘଣ୍ଟାରେ ୯୦,୮୦୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୧୬ ମୃତ୍ୟୁ

mahabharatanews