ନ୍ୟୁୟର୍କ: କୋଭିଡ-୧୯ ଉପରେ ବିଜୟ ହାସଲ କରିବାକୁ, କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଔଷଧ ପ୍ରସ୍ତୁତିରେ ଲାଗି ରହିଛନ୍ତି। ଏହି ଅନୁସଂଧାନ ମଧ୍ୟରେ ଏକ ସୁଫଳ ହାସଲ କରିଛି ଆମେରିକା । ନ୍ୟୁୟର୍କର ବୈଜ୍ଞାନିକମାନେ ‘ଇଆଇଡିଡି-୨୮୦୧’ ଟ୍ୟାବଲେଟ୍ ପ୍ରସ୍ତୁତ କରିଛନ୍ତି। ଏହା କରୋନା ସଂକ୍ରମଣରେ ଫୁସ୍ଫୁସ୍କୁ ସୁରକ୍ଷିତ ରଖିବାକୁ ସକ୍ଷମ ହେବ ବୋଲି କୁହାଯାଉଛି।
କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ଶରୀରର ଫୁସଫୁସ ଅଧିକ ପ୍ରଭାବିତ ହୋଇଥାଏ । ଶରୀରରେ କରୋନା ଭୂତାଣୁ ନିଜର ଜେନେଟିକ୍ ପ୍ରସ୍ତୁତିରେ ବ୍ୟବହାର କରୁଥିବା ଏନ୍ଜାଇମ୍କୁ ‘ଇଆଇଡିଡି-୨୮୦୧’ ଟ୍ୟାବଲେଟ୍ ପ୍ରତିରୋଧ କରିଥାଏ। ଫଳରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଶରୀର କ୍ଷତିଗ୍ରସ୍ତ ହୋଇ ନ ଥାଏ। ଏହି ଔଷଧର ପରୀକ୍ଷଣ ମନୁଷ୍ୟ ଉପରେ କରିବା ପାଇଁ ଆମେରିକାର ଫୁଡ୍ ଆଣ୍ଡ୍ ଡ୍ରଗ୍ସ୍ ଆଡ଼ମିନିଷ୍ଟ୍ରେଶନ ପକ୍ଷରୁ ଅନୁମତି ଦିଆଯାଇଛି। ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ‘ଇଆଇଡିଡି-୨୮୦୧’ ଟ୍ୟାବଲେଟ୍କୁ ଲୋକଙ୍କୁ ଦିଆଯିବ ବୋଲି ଇମୋରି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
