ଓଡିଶାସ୍ୱାସ୍ଥ୍ୟ

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୫୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ହ୍ରାସ ପାଇବାରେ ଲାଗିଛି । ତେବେ ଆଜି କରୋନା ସଂକ୍ରମଣ ୩ଶହ ତଳକୁ ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୨୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୪୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୦୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୫ଟି ଜିଲ୍ଲାରୁ ୨୫୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୭ ଜଣ, ବରଗଡ଼ରୁ ୫, ଭଦ୍ରକରୁ ୩ ଜଣ, ବଲାଙ୍ଗୀରରୁ ୭ ଜଣ, କଟକରୁ ୧୩ ଜଣ, ଦେବଗଡ଼ରୁ୨ ଜଣ, ଗଜପତିରୁ ୬ ଜଣ, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, ଯାଜପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୪ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୫୯, କୋରାପୁଟ ଜିଲ୍ଲାରୁ ୩ ଜଣ, ମାଲକାନଗିରିରୁ ୧୧, ମୟୂରଭଞ୍ଜରୁ ୧୧ ଜଣ, ନବରଙ୍ଗପୁରରୁ ୧୨ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ନୂଆପଡ଼ାରୁ ୪, ପୁରୀରୁ ୨ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୧୪ ଜଣ, ସୋନପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୪୪ ଜଣ ଓ ଷ୍ଟେଟପୁଲରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Related posts

ଡେଙ୍ଗୁ ଆତଙ୍କ;  ସର୍ବାଧିକ କଟକରୁ ୫୦ ଚିହ୍ନଟ

mahabharatanews

କାନ୍ଥ ନିର୍ମାଣକୁ ନେଇ ମାରପିଟ୍, ୩ ଗୁରୁତର

mahabharatanews

ଶେଷ ପର୍ଯ୍ୟାୟରେ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା 

mahabharatanews