ଭାରତସ୍ୱାସ୍ଥ୍ୟ

୨୪ଘଣ୍ଟା ମଧ୍ୟରେ ଦେଶରେ ୮ହଜାର ୮୧୩ଟି କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୮ହଜାର ୮୧୩ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୯ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଜୁନ୍ ୧୫ ପରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୯ ହଜାରରୁ କମ୍ ରହିଛି । ନୂଆ ପିଜିଟିଭକଙ୍କୁ ମିଶାଇଲେ ଭାରତରେ ଏପର୍ଯ୍ୟନ୍ତ ୪ କୋଟି ୪୨ଲକ୍ଷ ୭୭ହଜାର ୧୯୪ ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଏମାନଙ୍କ ମଧ୍ୟରୁ ୫ଲକ୍ଷ ୨୭ହଜାର ୯୮ଜଣଙ୍କର ଜୀବନ ଚାଲିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନାନୁସାରେ , ମଙ୍ଗଳବାର ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ଘଣ୍ଟାରେ ୮,୮୧୩ଟି କରୋନା ସଂକ୍ରମଣ ଓ ୨୯ଟି ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ସୂଚନାନୁସାରେ, ଗତକାଲି ୧୪,୯୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ  ହୋଇଥିଲେ । ସେହିପରି ଗତକାଲି କୋଭିଡ ଯୋଗୁଁ ୩୨ଜଣଙ୍କର ମୃତ୍ୟୁ ହୋଇଥିଲା । ଗତକାଲିଠାରୁ ଆଜିଯାଏଁ କରୋନା ଆକ୍ରାନ୍ତ କମିଛି ।

Related posts

ଭାରତ-ପାକ୍ ମହା ମୁକାବିଲା

mahabharatanews

ଦିଲ୍ଲୀ ସରକାର ରାଜଧାନୀର ପ୍ରଶାସନିକ ଢାଞ୍ଚାର ଏକ ବଡ଼ ପରିବର୍ତ୍ତନ ଯୋଜନା କରୁଛନ୍ତି

mahabharatanews

କେଜ୍ରିୱାଲଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

mahabharatanews