ଓଡିଶା

ପତାକା ଉତ୍ତୋଳନ କରିବାକୁ ଯାଇ ବିଧାୟକ ହଟହଟା

ଗଞ୍ଜାମ: ୭୬ ତମ ସ୍ୱାଧୀନତା ଦିବସ ଅବସରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀରେ ବିରୋଧର ସମ୍ମୁଖୀନ ହୋଇଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ଗୋପାଳପୁର ସ୍ଥିତ କମଳାପୁର ଗାଁରେ ପତାକା ଉତ୍ତୋଳନ କରିବାକୁ ଯାଇଥିଲେ। ହେଲେ ସେଠାରେ କିଛି ବିଜେଡି କର୍ମୀ ପ୍ରଦୀପଙ୍କୁ ବିରୋଧ କରିବା ସହ ମୁର୍ଦ୍ଦାବାଦର ନାରା ଦେଇଥିଲେ। ଏହି ସମୟରେ ପ୍ରଦୀପଙ୍କ ସମର୍ଥକ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଦୀପ ଗାଡିରୁ ଓହ୍ଲାଇବା ପରେ ବିଜେଡି କର୍ମୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ବିଜେଡି କର୍ମୀ ତାଙ୍କ କଥା ଶୁଣି ନଥିଲେ। ଏହାଛଡା ପ୍ରଦୀପଙ୍କୁ ଠେଲା ପେଲା କରାଯାଇଥିବା ସୂଚନା ମିଳିଛି। ପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲା। ତେବେ ଶ୍ରୀ ପାଣିଗ୍ରାହୀ ପତାକା ଉତ୍ତୋଳନ କରି ଫେରିଥିବା ଜଣାପଡିଛି।

Related posts

କଲଭର୍ଟରେ ପିଟି ହେଲା କାର, ୪ ଆହତ

mahabharatanews

୩୦ରେ ନାମାଙ୍କନ ଭରିବେ ନବୀନ

mahabharatanews

ସରକାରୀ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମ

mahabharatanews