ଓଡିଶାଦେଶ ବିଦେଶପାଣିପାଗ

ହ୍ରାସ ପାଇଲା ଚିଲିକା ହ୍ରଦକୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚିଲିକା ହ୍ରଦକୁ ଏକାଧିକ ବିଦେଶୀ ପକ୍ଷୀ ଆଗମନ କରୁଛନ୍ତି କିନ୍ତୁ ବିଚଳିତ କରିବା ପରି ଖବର ହେଉଛି ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ହ୍ରାସ ପାଇଛି। ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି କହିଛନ୍ତି ଓଡ଼ିଶାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। ଯଦି ଗତ ୨୦୨୪ ବର୍ଷ ତୁଳନାରେ ୨୦୨୫ କୁ ଦେଖିବା ତାହେଲେ ଚଳିତ ସିଜିନ୍‌ରେ ଚିଲିକାକୁ ପ୍ରାୟ ୧୦,୦୦୦ କମ୍ ପକ୍ଷୀ ଆସିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହାସହ ପକ୍ଷୀଙ୍କ ସଂଖ୍ୟା କମିଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଯେହେତୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଶୀତର ପ୍ରକୋପ ବଢିବ ବୋଲି କୁହାଯାଉଛି ସେହି ସମୟରେ ଆହୁରି ଅଧିକ ସଂଖ୍ୟକ ପକ୍ଷୀ ଆସିବେ ବୋଲି ଆଶା କରାଯାଉଛି।

ତେବେ ପ୍ରତିବର୍ଷ ଏସିଆର ସର୍ବବୃହତ୍ତମ ଲବଣାକ୍ତ ହ୍ରଦ ଭାବେ ପରିଚିତ ଚିଲିକା ପ୍ରତିବର୍ଷ ସାଇବେରିଆ, କେନ୍ଦ୍ର ଏସିଆ ଏବଂ ୟୁରୋପର ବିଭିନ୍ନ ଦେଶରୁ ହଜାର ହଜାର ମାଇଲ ଦୂରରୁ ଆସୁଥିବା ପକ୍ଷୀଙ୍କ ପାଇଁ ଶୀତକାଳୀନ ବାସସ୍ଥଳୀ ସାଜିଥାଏ। କିନ୍ତୁ ଚଳିତ ବର୍ଷ ପରିବେଶର ପରିବର୍ତ୍ତନ ଏହି ପକ୍ଷୀଙ୍କ ପ୍ରବାସୀ ଧାରା ଉପରେ ପ୍ରଭାବ ପକାଉଥିବାରୁ ଏହା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Related posts

ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ୨୬୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବଢିବ ଶୀତ; ଭୁବନେଶ୍ବର ତାପମାତ୍ରାରେ ୧୯.୭ ଡିଗ୍ରି ରେକର୍ଡ 

mahabharatanews