ଓଡିଶାପର୍ବ ପର୍ବାଣି

ଦେଓମାଳିରେ ଆୟୋଜନ କରାଯାଇଛି ପରବ ଉତ୍ସବ

କୋଟିଆ ପଞ୍ଚାୟତ ସ୍ଥିତ ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ପର୍ବତ ଶିଖରରେ ଜିଲ୍ଲା ସ୍ଥରୀୟ ଦେଓମାଳି ଉତ୍ସବ କାର୍ଯ୍ୟକ୍ରମ ଅତି ଧୁମଧାମରେ ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧକ୍ଷା ଏବଂ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଅତିଥି ଭାବେ ସାମିଲ ହୋଇଅଛନ୍ତି।ଅତିଥି ବୃନ୍ଦଙ୍କୁ କୋରାପୁଟିଆ ଢେମସା ଏବଂ ବାଦ୍ୟ ତାଳେ ତାଳେ  ସ୍ଵାଗତ କରାଯାଇଥିଲା। ଅତିଥିବୃନ୍ଦ ମଞ୍ଚ ନିକଟରେ ପହଞ୍ଚି ଶ୍ରୀଜିଉମାନଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିବା ସହ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମକୁ ପ୍ରାରମ୍ଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ସ୍ଥାନୀୟ ଢେମସା ନୃତ୍ୟ ସହ ବାଦ୍ୟ ଦେଖିବାକୁ ମିଳିଥିଲା। ଢେମସା ନୃତ୍ୟ ତାଳେ ତାଳେ ଉପସ୍ଥିତ ଅତିଥିବୃନ୍ଦ ମଧ୍ୟ ନୃତ୍ୟ କରିବାରେ ଲାଗିଥିଲେ।

Related posts

ରାଜସ୍ଥାନରୁ ଧାଇଁ ଆସିଥିବା ଭକ୍ତର ଡାକ ଶୁଣି ଏକ ଛୋଟ ନିଷ୍ପାପ ଶିଶୁକୁ କୋମାରୁ ଉଠାଇଛନ୍ତି ମହାପ୍ରଭୁ

mahabharatanews

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦେଶରେ ପ୍ରଶଂସନୀୟ, ପୁରସ୍କାର ଦେଲେ ପ୍ରଧାନମନ୍ତ୍ରୀ

mahabharatanews

ଆଜି ହେବ ସମଲେଇ ପ୍ରକଳ୍ପ ଲୋକାର୍ପଣ

mahabharatanews