ଓଡିଶାପର୍ବ ପର୍ବାଣି

ଦେଓମାଳିରେ ଆୟୋଜନ କରାଯାଇଛି ପରବ ଉତ୍ସବ

କୋଟିଆ ପଞ୍ଚାୟତ ସ୍ଥିତ ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ପର୍ବତ ଶିଖରରେ ଜିଲ୍ଲା ସ୍ଥରୀୟ ଦେଓମାଳି ଉତ୍ସବ କାର୍ଯ୍ୟକ୍ରମ ଅତି ଧୁମଧାମରେ ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧକ୍ଷା ଏବଂ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଅତିଥି ଭାବେ ସାମିଲ ହୋଇଅଛନ୍ତି।ଅତିଥି ବୃନ୍ଦଙ୍କୁ କୋରାପୁଟିଆ ଢେମସା ଏବଂ ବାଦ୍ୟ ତାଳେ ତାଳେ  ସ୍ଵାଗତ କରାଯାଇଥିଲା। ଅତିଥିବୃନ୍ଦ ମଞ୍ଚ ନିକଟରେ ପହଞ୍ଚି ଶ୍ରୀଜିଉମାନଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିବା ସହ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମକୁ ପ୍ରାରମ୍ଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ସ୍ଥାନୀୟ ଢେମସା ନୃତ୍ୟ ସହ ବାଦ୍ୟ ଦେଖିବାକୁ ମିଳିଥିଲା। ଢେମସା ନୃତ୍ୟ ତାଳେ ତାଳେ ଉପସ୍ଥିତ ଅତିଥିବୃନ୍ଦ ମଧ୍ୟ ନୃତ୍ୟ କରିବାରେ ଲାଗିଥିଲେ।

Related posts

ଡିଏନଏ ଟେଷ୍ଟ ରିପୋର୍ଟ: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ

mahabharatanews

ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ଜାତୀୟ ପର୍ୟ୍ୟଟନ ସମିଳନୀ ଉଦଘାଟନ କଲେ ରାଜ୍ୟପାଳ

mahabharatanews