ଓଡିଶା

ଡିଏନଏ ଟେଷ୍ଟ ରିପୋର୍ଟ: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ

ଭୁବନେଶ୍ୱର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣାରେ ହୋଇଥିବା ଡିଏନଏ ଟେଷ୍ଟର ରିପୋର୍ଟ ଆସିଲା । ରିପୋର୍ଟକୁ ସାର୍ବଜନୀନ କଲେ ପୁଲିସ କମିଶନର । ସିପି କହିଛନ୍ତି, ଯେଉଁ ମାଂସ ଖଣ୍ଡର ଡିଏନ ଟେଷ୍ଟ ହୋଇଥିଲା ତାହା ସିମାଞ୍ଚଳର ପରିଡାଙ୍କର ବୋଲି ସ୍ପଷ୍ଟ ହୋଇଛି । ବିସ୍ଫେ।।ରଣରେ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଛି ।
ଗଞ୍ଜାମର ସୀମାଞ୍ଚଳ ପରିଡା ବିସ୍ଫୋରଣ ହୋଇଥିବା ପେଟ୍ରୋଲ ପମ୍ପରେ କାମ କରୁଥିଲେ । ସେଦିନ ବିସ୍ଫୋରଣ ପରେ ତାଙ୍କର ପତ୍ତା ମିଳିନ ଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଶେଷରେ ଗଣମାଧ୍ୟମ ଓ ପୁଲିସର ସହଯୋଗ ଲୋଡିଥିଲେ । ପ୍ରାଥମିକ ସ୍ଥିତିରେ କାହାରି ମୃତ୍ୟୁ ହୋଇ ନ ଥିବା ପୁଲିସ କହିଥିବା ବେଳେ ଗୁରୁତର ଆହତଙ୍କ ମଧ୍ୟରୁ ପରେ ଜଣଙ୍କର ମୃତ୍ୟୁ ହୋଇଥିବା କହିଥିଲା । କିନ୍ତୁ ସୀମାଞ୍ଚଳଙ୍କ ମୃତ୍ୟୁକୁ ଅଶ୍ୱିକାର କରାଯାଇଥିଲା । ପରେ ଏହାକୁ ନେଇ କଂଗ୍ରେସ ଓ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ମାଂସ ଖଣ୍ଡର ଡିଏନଏ ଟେଷ୍ଟ ହୋଇଥିଲା ।

Related posts

ସାଇବର ଠକେଇ: ବ୍ୟାଙ୍କ ଆକାଉଣ୍ଟରୁ ଲୁଟିନେଲେ ୫ ଲକ୍ଷରୁ ଅଧିକ ଟଙ୍କା

mahabharatanews

ପାଠ ପଢାଇବା ବଦଳରେ ପିଲାଙ୍କୁ ଝାଡୁ କରାଉଛନ୍ତି ଶିକ୍ଷକ

mahabharatanews

ଆନ୍ତର୍ଜାତୀୟ ଡକ୍ଟରେଟ ପୁରସ୍କାରରେ ସମ୍ମାନିତ ହେଲେ ସାମାଜିକ କର୍ମୀ ଡ. ନବିନ ଚନ୍ଦ୍ର ଗୋରଡା

mahabharatanews