(ଜୟନ୍ତ କୁମାର ସେଠୀ)ଗୋପ: କୋଣାର୍କ ସୂର୍ୟ୍ୟ ମନ୍ଦିର ପ୍ରଦର୍ଶନ କଲେ ଗୁଜୁରାଟ ପର୍ୟ୍ୟଟନ ମନ୍ତ୍ରୀ ଓ ରାଜ୍ୟରୁ ଆସିଥିବା ୪୦ ସଚିବ କ୍ଷ ଓଡିଶାର ପର୍ୟ୍ୟଟନ କ୍ଷେତ୍ରର ଆହୁରି ବିକାଶ ହେଲେ ନିଯୁକ୍ତି ମିଳିବା ସହ ବେକାରୀ ହଟିବ ଏବଂ ବିଭିନ୍ନ ବର୍ଗର ଲୋକେମାନେ ରୋଜଗାର କ୍ଷମ ହେବେ ଏବଂ ଗୁଜୁରାଟ ରାନ ଉସ୍ଚବ ଭଳି ଓଡିଶାରେ ପର୍ୟ୍ୟଟକ ଙ୍କୁ ଆକ୍ରୁଷ୍ଟ କରୁଛି କୋଣାର୍କ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ କ୍ଷ ବିଶ୍ଵରେ ଏକ ଭଲ ପରିଚୟ ସୂଷ୍ଟି କରିବା ସହିତ ଦେଶ ବିଦେଶ ର ପର୍ୟ୍ୟଟକ ଙ୍କୁ ଆକୃଷ୍ଟ କରିପାରୁଛି । ଏହା ସହ କୋଣାର୍କ ମନ୍ଦିର ଅଧିକ ବିକାଶ ପାଇଁ ଆଲୋଚନା କରାଯିବ ବୋଲି ଗୁଜୁରାଟ ପର୍ୟ୍ୟଟନ ମନ୍ତ୍ରୀ କହିଛନ୍ତି କ୍ଷ ଏହା ସହ ୨୮ ଟି ରାଜ୍ୟର ସହିତ ୯ଟି କେନ୍ଦ୍ର ଶାସିତ ଅଞ୍ଚଳର ପର୍ୟ୍ୟଟନ ସଚିବ ମଧ୍ୟ ବୁଲିବା ସହ ପର୍ୟ୍ୟଟନ କ୍ଷେତ୍ରରେ ଅଧିକ ବିକାଶ ପାଇଁ ପର୍ୟ୍ୟଟନ ଜାତୀୟ ସମ୍ମିଳନୀ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।ନିଜ ନିଜ ରାଜ୍ୟର ପର୍ୟ୍ୟଟନ ସ୍ତଳୀ ବିକାଶ ପାଇଁ ପରସ୍ପର ରାଜ୍ୟର ସଚିବ ମାନେ ଆଲେଚନା କରିବା ସହ ନିଜର ମତାମତ ରଖିବେ, ଏବଂ ଏହି ସମ୍ମିଳନୀ ଦ୍ୱରା ଆଗାମୀ ଦିନରେ ଭାରତର ସମସ୍ତ ପର୍ୟ୍ୟଟନ ସ୍ତଳୀ ର ବିକାଶ ହେବା ସହ ବିଦେଶରୁ ଅଧିକରୁ ଅଧିକ ପର୍ୟ୍ୟଟକ ଭାରତକୁ ଆସିବେ ବୋଲି ଜାତୀୟ ପର୍ୟ୍ୟଟନ ସମ୍ମିଳନୀକୁ ଉଦଘାଟନ କରି ରାଜ୍ୟପାଳ ଗଣେସି ଲାଲ କହିଛନ୍ତି, ଏହି ଉଦଘାଟନ ଦିବସରେ ଗୁଜୁରାଟ ପର୍ୟ୍ୟଟନ ମନ୍ତ୍ରୀ ଭାସନ ଭାଇ ଅହୀର, ଓଡ଼ିଶାର ପର୍ୟ୍ୟଟନ ମନ୍ତ୍ରୀ ଜୋତି ପ୍ରକାଶ ପାଣିଗ୍ରାହୀ, ଓଟିଡିସି ଅଧକ୍ଷା ଶ୍ରୀମୟୀ ମିଶ୍ର, ପର୍ୟ୍ୟଟନ ସଚିବ ବିଶାଳ ଦେବ ଏବଂ ବିଭିନ୍ନ ରାଜ୍ୟରୁ ଆସିଥିବା ୪୦ ଜଣ ପର୍ୟ୍ୟଟନ ସଚିବ ଯୋଗ ଦେଇଥିଲେ କ୍ଷ ଆସନ୍ତା କାଲି କେନ୍ଦ୍ର ପର୍ୟ୍ୟଟନ ମନ୍ତୀ ପ୍ରହରାଜ ସିଂ ପଟେଲଙ୍କ ସହ ରାଜ୍ୟର ସମସ୍ତ ପର୍ୟ୍ୟଟନ ମନ୍ତ୍ରୀ ଓ ସଚିବଙ୍କ ଦିନ ୧୧ଟାରୁ ପ୍ରାୟ ସନ୍ଧ୍ୟା ପର୍ୟ୍ୟନ୍ତ ଏହି ସମ୍ମିଳନୀ କୋଣାର୍କ ଇକୋ ରିଟ୍ରିଟରେ ଅନୁଷ୍ଠିତ ହେବ ବୋଲି ପର୍ୟ୍ୟଟନ ସଚିବ ଉଦ୍ଘାଟନି ଦିବସରେ କହିଛନ୍ତି କ୍ଷ
previous post