ଭାରତରାଜନୀତି

କଂଗ୍ରେସ ଉପରେ ବର୍ଷିଲେ ଗୁଲାମ ନବୀ ଆଜାଦ

ଚିଠି ଲେଖିବା ପରଠାରୁ ଦଳ ମୋ ସହ ଇସ୍ୟୁ କରିଥିଲା

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବାର ତିନି ଦିନ ପରେ ଗୁଲାମ ନବୀ ଆଜାଦ ସୋମବାର ଗାନ୍ଧୀ ପରିବାର ଉପରେ ବର୍ଷିଛନ୍ତି। ଜି-୨୩ ପକ୍ଷରୁ ଚିଠି ଲେଖା ଯିବା ପରେ ଦଳ ତାଙ୍କ ସହ ଏକ ଇସ୍ୟୁ କରିବା ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବାହାନା। ସେବେ ଠାରୁ ଦଳ ତାଙ୍କୁ ବାହାର କରିବା ଲାଗି ଯୋଜନା କରିଥିଲା। ଜି-୨୩ରେ ଭୂମିକା ଲାଗି ମୋତେ ଟାର୍ଗେଟ କରାଯାଇଥିଲା। କେବଳ କଂଗ୍ରେସରେ ସାଇକୋଫାଣ୍ଟ ମୋତେ ଟାର୍ଗେଟ କରୁଛନ୍ତି। କପିଳ ସିବଲ, ଜିତିନ ପ୍ରସାଦ ଏବଂ ଯୋଗାନନ୍ଦ ଶାସ୍ତ୍ରୀଙ୍କ ପରେ ଗୁଲାମ ନବୀ ଆଜାଦ ଚତୁର୍ଥ ବ୍ୟକ୍ତି ବୋଲି ଜଣାପଡିଛି। ଏହାଛଡା ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାହୁଲ ଗାନ୍ଧୀ ଆଲିଙ୍ଗନ କରିବା ଘଟଣା ସହ ମୁଁ ଜଡିତ ନୁହେଁ। ସେ ଘଟଣାରେ ସେ ନିଜେ ହିଁ ଜଡିତ। ସେମାନେ କଦାପି ଚାହୁଁ ନଥିଲେ ଯେ କେହି ସେମାନଙ୍କୁ ଚିଠି ଲେଖନ୍ତୁ କିମ୍ବା ପ୍ରଶ୍ନ କରନ୍ତୁ। କଂଗ୍ରେସରେ ଅନେକ ବୈଠକ ବସିଛି। କିନ୍ତୁ ଗୋଟିଏ ବି ପରାମର୍ଶ ନିଆଯାଇନାହିଁ। ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଜାମ୍ମ କାଶ୍ମୀର ଯିବାର କାର୍ଯ୍ୟକ୍ରମ ରହିଛି। ସେ ଜାମ୍ମୁ କାଶ୍ମୀର ଯାଇ ସେଠାରେ ନୂଆ ଦଳ ଗଢିବେ ବୋଲି ଜଣାପଡିଛି। ତେବେ ଆଗମୀ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେପଟେ ବିଜେପି ମୁଖପାତ୍ର ଶେହଜାଦ ପୁନୱାଲା କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ପରିବାର ଉପର ପାର୍ଟି ରଖୁଥିବା ବ୍ୟକ୍ତିଙ୍କୁ ଅପମାନିତ କରୁଥିବା ଗୁଲାମ ନବୀ ପୁଣି ଥରେ ସ୍ପଷ୍ଟ କରିଛନ୍ତି। ପ୍ରତି ମିନିଟରେ ତାଙ୍କ ବିଶ୍ୱାସଘାତକତାକୁ ଯଥାର୍ଥ ବୋଲି ସେ ଭୟ କରୁଛନ୍ତି କି ବୋଲି କହି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି। ରବିବାର ଗୁଲାମଙ୍କ ପଦାଙ୍କ ଅନୁସରଣ କରି କଂଗ୍ରେସରୁ ଇସ୍ତଫା ଦେଇଥିବା ବହୁ ନେତା ତଥା କାର୍ଯ୍ୟକର୍ତ୍ତା ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମନ୍ତ୍ରୀ ଜିଏମ ସରୋରିଙ୍କ ନେତୃତ୍ୱରେ ସାକ୍ଷାତ କରିଥିଲେ। ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜାଦ, ଶୁକ୍ରବାର ତାଙ୍କର ୫ ଦଶନ୍ଧିର ସମ୍ପର୍କକୁ ଛିନ୍ନ କରିଥିଲେ।

Related posts

ଲାମାନଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରୁ ସହାୟତା ଯୋଗାଡ ହେଉଛି

mahabharatanews

ଓଡିଶା ଆସିବେ ଆସିଆନର ଏକ ପ୍ରତିନିଧି ଦଳ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୧୮୩ କରୋନା ଆକ୍ରାନ୍ତ ଚିହ୍ନଟ 

mahabharatanews