ଓଡିଶା

ଏକାମ୍ର କ୍ଷେତ୍ରର ରଥ ରୋଡ ରେ ଝୁମିଲେ ରାଜଧାନୀ ବାସୀ

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର ରଥ ରୋଡ ରେ ଝୁମିଲେ ରାଜଧାନୀ ବାସୀ । ରବିବାର ଶୀତୁଆ ସକାଳରେ ରାଜଧାନୀରେ ପଥୋତ୍ସବର ଭରପୁର ମନୋରଞ୍ଜନ କରିଛନ୍ତି। ଆଜି ଏହି ବର୍ଷର ତୃତୀୟ ପଥଉତ୍ସବ ହୋଇଥିବା ବେଳେ ଭୁବନେଶ୍ବର ପଥ ଉତ୍ସବକୁ ଆଜି ୧୦୦ ଦିନ ପୁରିଛି । ସେହି ଅବସରରେ ବିଏମ୍ସି ପକ୍ଷରୁ କେକ କାଟି ସେଲିବ୍ରେସନ କରଯାଇଛି । ସେଲିବ୍ରେସନରେ ଭୁବନେଶ୍ୱର ବାସୀ ଉପସ୍ଥିତ ରହି ଶୀତୁଆ ସଖାଳକୁ ଉତ୍ସବ ମୁଖର କରିଥିଲେ । ରାସ୍ତା ଉପରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସହ ଝୋଟି ଚିତ୍ର , ସ୍କେଟିଂ, ସାଇକେଲିଙ୍ଗ, ଜୁମ୍ବୋ ଡାନ୍ସ , ଚିତ୍ରାଙ୍କନର ମଜା ନେଇଥିଲେ ଭୁବନେଶ୍ବର ବାସୀ । ବିଭିନ୍ନ ଓଡ଼ିଆ ହିନ୍ଦୀ ଗୀତର ତାଳେତାଳେ ଝୁମିଥିଲେ ଦର୍ଶକ । ଓଡ଼ିଶୀ ନୃତ୍ୟରେ ଆଧ୍ୟାତ୍ମିକତା ଅନୁଭୂତି ସହ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଦମଦାର ନାଚରେ ପିଲାଠୁ ବୁଢ଼ା ସବୁ ନାଚିଥିଲେ । ଖାଲି ସେତିକି ନୁହେଁ ହକି ବିଶ୍ଵକପ ସମୟରେ ପଥଉତ୍ସବ ହେଉଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଉତ୍ସାହିତ କରିବା ପାଇଁ ରାଜଧାନୀ ବାସୀଙ୍କ ଠାରେ ଏକ ନିଆରା ଉତ୍ସାହ ଦେଖିବାକୁ ମିଳିଥିଲା । ଏକାମ୍ର କ୍ଷେତ୍ରରେ ଏହି ପଥାଉତ୍ସବ କାର୍ୟ୍ୟକ୍ରମରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ ରାଉତରାୟ,ମେୟର ସୁଲୋଚନା ଦାସ , କମିସିନର ବିଜୟ ଅମୃତା କୁଲକ୍ଷଙ୍ଗେ ଙ୍କ ସମେତ ଡେପୁଟି ମେୟର,ଡେପୁଟି କମିଶନର, ସ୍ଥୀନିୟ କର୍ପୋରେଟର କର୍ପୋରେଟର ଯୋଗଦେଇଥିଲେ ।

Related posts

ସଜିଦକୁ ଅନୁଦାନ ମଞ୍ଜୁର ପାଇଁ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା

mahabharatanews

ଲକଡାଉନରେ ମଦ ଦୋକାନ ବନ୍ଦ, ହୋମ ଡେଲିଭରି ଚାଲୁ ରହିବ

mahabharatanews

ଆଜି ଆଉ ୪୮ ଆକ୍ରାନ୍ତ ଚିହ୍ନଟ

mahabharatanews