ଓଡିଶା

ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା ରଥ

ଖୋର୍ଦ୍ଧା: ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ୩୦ ଟି ସଡକ ରଥ ଓଡିଶା ଦେଇ ସଡକ ସୁରକ୍ଷା ସଚେତନତା ବିସ୍ତାର କରିବ । ଜାତୀୟ ସଡକ ସୁରକ୍ଷା ଚଳଚ୍ଚିତ୍ର ସମ୍ପୃକ୍ତ ଜିଲ୍ଲା ଅନ୍ତର୍ଗତ ଛୋଟ ସହର ଗ୍ରାମରେ ପ୍ରଦର୍ଶିତ ହେବ । ଆଜି ସକାଳ ୯.୩୦ ମିନିଟରେ ଖୋର୍ଦ୍ଧା ଜିଲ୍ଲପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସଡକ ସୁରକ୍ଷା ସଚେତନତା ୨ ଟି ରଥର ଶୁଭରମ୍ଭ, ଜିଲ୍ଲାପାଳ, ଖୋର୍ଦ୍ଧା କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଉପଜିଲ୍ଲାପାଳ,ଦୀପ୍ତି ରଞ୍ଜନ ସେଠି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସମୟୀ ଆଚାର୍ୟ୍ୟ, ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ହୋଇ ଥିଲା । ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ପତାକା ଉତ୍ତୋଳନ କରିଥିଲେ । ବିକାଶ ଚନ୍ଦ୍ର ଚୌଧୁରୀ, ଏବଂ ସନତ କୁମାର ଜେନା, ପତାକା ଉତ୍ତୋଳନ ସମାରୋହର ଆୟୋଜନ କରିଥିଲେ ।

 

Related posts

ବ୍ଲକ ସ୍ତରୀୟ ପ୍ରାକୃତିକ ବିପର୍ୟ୍ୟସ୍ତ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

mahabharatanews

୪୦ଲିଟର ଆସ୍କା ଫର୍ଟି ସହ ୨ସ୍କୁଟି,୧୭ ହଜାର ଟଙ୍କା ଜବତ

mahabharatanews

ମିଳୁନି ପଶ୍ଚିମବଙ୍ଗର ୩୧ଜଣଙ୍କ ପତ୍ତା

mahabharatanews