ଓଡିଶା

ଉତ୍କେଲା ଆଜିଠୁ ବିମାନ ସେବା ଆରମ୍ଭ

(କଳାହାଣ୍ଡି) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଆଜି ଉଡ଼ିବ ବିମାନ  । ପ୍ରଥମେ ଉତ୍କେଲାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଉତ୍କେଲାକୁ ୯ ସିଟ୍‌ ବିଶିଷ୍ଟ ଯାତ୍ରୀବାହୀ ବିମାନ ଚଳାଚଳ କରିବ କରିବ। ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପତାକା ଦେଖାଇ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।

ସୂଚନାନୁଯାୟୀ ,  ଅନ୍ୟପକ୍ଷରେ ବହୁପ୍ରତୀକ୍ଷିତ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ କଳାହାଣ୍ଡିବାସୀଙ୍କ ଅଧୁରା ସ୍ବପ୍ନ ପୂରଣ ହେବାକୁ ଥିବାରୁ ଜିଲ୍ଲାରେ ଖୁସି ଦେଖାଯାଇଛି। ତେବେ କିଛି ବ୍ୟକ୍ତି ଟିକେଟ୍‌ ବୁକିଂ କରୁଥିବାବେଳେ ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଗୁରୁବାର ବିମାନ ଚଳାଚଳ କରିବ ବୋଲି କହୁଥିବାରୁ ଲୋକେ ନିରାଶ ହୋଇଛନ୍ତି।

Related posts

 ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏବଂ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ 

mahabharatanews

ଆରମ୍ଭ ହେଲା ପିଲାଙ୍କ ୟୁଟ୍ୟୁବ ପାଠପଢା

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ

mahabharatanews