ଓଡିଶା

ଜନତା କର୍ଫ୍ୟୁ ପାଇଁ ଉଦଳାରେ ରାସ୍ତା ଶୂନଶାନ୍

ଉଦଳା: ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ସାରା ଭାରତରେ ଗତକାଲି ଜନତା କର୍ଫ୍ୟୁ ପାଳିତ ହୋଇଯାଇଛି । ଏ ନେଇ ·ରିଆଡେ ରାସ୍ତା ଘାଟଠୁ ଆରମ୍ଭ କରି ସହର, ଗ୍ରାମାଞ୍ଚଳ ଶୂନଶାନ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ଏହି ଦିନଟିରେ ଲୋକମାନେ ଘରୁ ବାହାରିନ ଥିଲେ । ଏହି କର୍ଫ୍ୟୁକୁ ସାଧାରଣ ଲୋକମାନେ ସମର୍ଥନ ଜଣାଇଥିଲେ । ବିଶେଷ କରି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଏହାର ପ୍ରଭାବ ଦେଖିବାକୁ ମିଳଥିଲା । କେବଳ ଔଷଧ ଦୋକାନକୁ ଛାଡିଦେଲେ ଅନ୍ୟ ଦୋକାନ ଓ ବସ ଚଳାଚଳ ସବୁ ବନ୍ଦ ରହିଥିଲା । ରାସ୍ତା ଘାଟ ସମ୍ପୂର୍ଣ୍ଣ ଶୂନଶାନ ଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି କରୋନାକୁ କେମିତି ପ୍ରତିହତ କରିହେବ ସେଥିପାଇଁ ସଚେତନ ଥିବା ଜଣାପଡିଛି । ସ୍ଥାନୀୟ ପୋଲିସ ବଜାର ଅଞ୍ଚଳରେ ବୁଲୁଥିବା ଲୋକମାନଙ୍କୁ ଘରକୁ ·ଲିଯିବାକୁ ସଚେତନ କରାଯାଇଥିଲା ।

Related posts

ମା’ ଭଗବତୀଙ୍କ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି

mahabharatanews

ନିଶ୍ଚିତ ମୃତ୍ୟୁରୁ ବଞ୍ଚିଲେ ୫ ଜଣ

mahabharatanews

ନିର୍ବାଚନ ୨୦୨୪  : ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews