ଓଡିଶା

କରୋନା ମୁକାବିଲା: ଦୋକାନ ବଜାର ବନ୍ଦ

ରାଇରଙ୍ଗପୁର: ପ୍ରଶାସନ ନିର୍ଦ୍ଦେଶ କ୍ରମେ ଆଜି ରାଇରଙ୍ଗପୁର ସହରରେ କରୋନା ଭାଇରସକୁ ନେଇ ଦୋକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାରା ଦେଶରେ କୋରନା ଭାଇରସ ଆତଙ୍କ ସୃଷ୍ଟି କରିଥିବା ବେଳେ ଆଜି ଏହାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରାଇରଙ୍ଗପୁର ସହରରେ ଥିବା ସମସ୍ତ · ଦୋକାନ, ଫାଷ୍ଟ ଫୁଡ ଦୋକାନ, ଜଳଖିଆ ଦୋକାନ, ଠେଲା, ବାର, ଗୁପଚୁପ, ଲସି ଏବଂ ଥଣ୍ଡାପାନୀୟ ଦୋକାନଗୁଡିକ ବନ୍ଦ କରିବା ପାଇଁ ରାଇରଙ୍ଗପୁର ପୌରପାଳିକା, ପୋଲିସପ୍ରଶାସନ, ଅଗ୍ନିଶମ ବିଭାଗ ଏବଂ ପିଡବ୍ଲୁଡି ବିଭାଗ ସମସ୍ତଙ୍କ ମିଳିତ ସହଯୋଗରେ ଦୋକାନି ମାନଙ୍କୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତ । ଏହା ଛଡା ଜରୁରୀକାଳୀନ ସାମଗ୍ରୀ ଯଥା-ମେଡ଼ିସିନ ଦୋକାନ, ପେଟ୍ରୋଲ ପମ୍ପ, ଗ୍ରସରୀ ଦୋକାନ, ମାଛ, ମାଂସ ଓ ପନିପରିବା ଦୋକାନଗୁଡିକ ଖୁଲା ରହିବ ବୋଲି ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାଗବତ ପ୍ରସାଦ ମହାପାତ୍ର କହିଛନ୍ତି । ଏହି ବନ୍ଦ ଆଜି ଠାରୁ କେତେ ଦିନ ହେବ ବୋଲି ଆମ ଜିଲ୍ଲା ସାମ୍ବାଦିକ ଭାଗବତ ବାବୁଙ୍କୁ ପ·ରିବାରୁ ସେ କହିଥିଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ । ଏହି ବନ୍ଦକୁ ରାଇରଙ୍ଗପୁର ସହରବାସୀ ତଥା ବଣିକ ସଙ୍ଘ ଓ ବୁଦ୍ଧିଜୀବୀମାନେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତ । ଓଟ ଏବଂ ଭଡାରେ ଯାତ୍ରୀମାନେ ନେଉଥିବା ·ରି ଚକିଆ ଯାନଗୁଡିକ ଦିନେ ଛାଡି ଦିନେ ·ଲିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ ସାମଗ୍ରୀ ଦୋକାନରେ ଭିଡ଼ ନ କରିବା ପାଇଁ ମଧ୍ୟ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇପାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ।

mahabharatanews

ବିବେକାନନ୍ଦ ୟୁଥ୍ କ୍ଲବ ତରଫରୁ ଗରିବ ଅସହାୟ ବ୍ୟକ୍ତି ଙ୍କୁ ଶୀତବସ୍ତ୍ର ପ୍ରଦାନ

mahabharatanews

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

mahabharatanews