ଭାରତ

ବିଭିନ୍ନ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ରୋଡ୍‌ ସୋ

(ଦିଲ୍ଲୀ) : ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି (ଶୁକ୍ରବାର) ଭୋଟ୍‌ ଗ୍ରହଣ ହେବାକୁ ଯାଉଥିବା ବେଳେ ରାଜନୈତିକ ନେତାମାନେ ଦ୍ବିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଆସନଗୁଡ଼ିକ ଉପରେ ଫୋକସ୍ କରୁଛନ୍ତି। ଅହମଦାବାଦ ଓ ଗାନ୍ଧୀନଗରର ବିଭିନ୍ନ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରୋଡ୍‌ ସୋ କରିଛନ୍ତି।

ଅପରପକ୍ଷେ କୋଲାମରେ ଏକ ସଭାକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଥରେ ରାଜୀବ ଗାନ୍ଧୀ କହିଥିଲେ ଯେ ଭାରତରେ ଏତେ ପରିମାଣର ଦୁର୍ନୀତି ହୋଇଛି ଯେ ଯଦି ମୁଁ କେନ୍ଦ୍ରରୁ ୧୦୦ ପଇସା ପଠାଇବି, ତେବେ ମାତ୍ର ୧୪ ପଇସା ଲୋକଙ୍କ ପାଖରେ ପହଞ୍ଚିଥାଏ ଏବଂ ୮୬ ପଇସା ବାଟମାରଣା ହୋଇଥାଏ। ସ୍ୱାଧୀନ ଭାରତରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ଆଜି ଯଦି ଦିଲ୍ଲୀ ବ୍ୟାଙ୍କରୁ ୧୦୦ ପଇସା ପଠାଯାଏ, ତେବେ ଆପଣଙ୍କ ପକେଟରେ ୧୦୦ ପଇସା ପହଞ୍ଚେ ଏବଂ ଗୋଟିଏ ପଇସା ବି ବାଟମାରଣା ହୁଏ ନାହିଁ। ଜବାହରଲାଲ ନେହରୁ ହୁଅନ୍ତୁ, ଇନ୍ଦିରା ଗାନ୍ଧୀ ହୁଅନ୍ତୁ କିମ୍ବା ରାଜୀବ ଗାନ୍ଧୀ ସମସ୍ତେ କହିଥିଲେ ଯେ ଆମେ ଦାରିଦ୍ର୍ୟ ଦୂର କରିବୁ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ୨୫ କୋଟି ଭାରତୀୟଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠାଇଛନ୍ତି।

Related posts

‘ମୃତକଙ୍କ ପରିବାରକୁ ଦିଆଯିବ ଚାକିରି’ : ମମତା ବାନାର୍ଜୀ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୨୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ପ୍ରସୂତି ମହିଳାଙ୍କ ଲାଗି ଖୁସି ଖବର

mahabharatanews