ମନୋରଞ୍ଜନ

ଶିଳ୍ପା ଏବଂ ରାଜଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଦୀର୍ଘଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଉଭୟଙ୍କୁ ଅନେକ ଥର କ୍ୟାମେରାରେ ଏକାଠି ସ୍ପଟ୍ କରାଯାଏ । ହେଲେ ବର୍ତ୍ତମାନ ଇଡି ଏହି ଦମ୍ପତିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ପ୍ରକୃତରେ, ମନି ଲଣ୍ଡରିଂ ମାମଲାରେ ଇଡି ଶିଳ୍ପା ଏବଂ ରାଜଙ୍କ 97 କୋଟି 79 ଲକ୍ଷ ଟଙ୍କା ସମ୍ପତ୍ତି ଜବତ କରିଛି। ବାସ୍ତବରେ, ଇଡି ଦୀର୍ଘ ଦିନ ଧରି ଏହି ଘଟଣାର ଅନୁସନ୍ଧାନ କରିଆସୁଥିଲା। ଖବର ଅନୁଯାୟୀ, ଜବତ ହୋଇଥିବା ସମ୍ପତ୍ତିରେ ଜୁହୁରେ ଏକ ବଙ୍ଗଳା ଅନ୍ତର୍ଭୁକ୍ତ। ଯାହା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ନାମରେ ରହିଛି । ପୁଣେରେ ଅବସ୍ଥିତ ଆବାସିକ ବଙ୍ଗଳା ଏବଂ ଇକ୍ୱିଟି ସେୟାର ରାଜ କୁନ୍ଦ୍ରାଙ୍କ ନାମରେ ଅଛି । ଏହା ବ୍ୟତୀତ ଇଡି ରାଜ କୁନ୍ଦ୍ରାଙ୍କ ନାମରେ ରହିଥିବା କିଛି ସେୟାର ମଧ୍ୟ ଜବତ କରିଛି। ମନି ଲଣ୍ଡରିଂ ଆକ୍ଟ ଯଥା PMLA 2002 ଅଧୀନରେ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

Related posts

ପ୍ଲାଷ୍ଟିକ ସର୍ଜରୀ ସମୟରେ ଆଖି ବୁଜିଲେ ମଡେଲ

mahabharatanews

ଏକା ସଙ୍ଗେ ଆସିବାକୁ ଯାଉଛନ୍ତି ଖାନ୍ ବ୍ରଦର୍ସ

mahabharatanews

ଅକ୍ଟୋବରରେ ବିବାହ କରିବେ ରାଘବ -ପରିଣୀତି !

mahabharatanews