ନୂଆଦିଲ୍ଲୀ: କୋଭିଡ ୧୯ର ଭୟାବହ ସଂକ୍ରମଣ ମଧ୍ୟରେ ବିଭିନ୍ନ ରାଷ୍ଟ୍ର ଏହାର ପ୍ରତିଷେଧକ ଟିକା ଓ ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛନ୍ତି । ଚୀନର ବୈଜ୍ଞାନିକମାନେ କୋଭିଡ ୧୯ ପ୍ରତିଷେଧକ ଟୀକାର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ଯାଉଛନ୍ତି । ଏହି ଟୀକା ୫୦୦ ସ୍ୱେଚ୍ଛାସେବୀଙ୍କ ଦେହରେ ପରୀକ୍ଷଣ କରାଯିବ ବୋଲି ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଖବର ପ୍ରକାଶ ପାଇଛି ।
ଏହି ପରୀକ୍ଷଣରେ ବୈଜ୍ଞାନିକମାନେ ଟୀକା ପରୀକ୍ଷା ନିମନ୍ତେ ଜଣେ ୮୪ ବର୍ଷୀୟ ଉହାନ ବାସିନ୍ଦାଙ୍କ ସମେତ ୫୦୦ ଜଣ ସ୍ୱେଚ୍ଛାସେବୀଙ୍କୁ ଚୟନ କରିଛନ୍ତି । ଚୀନର ଇନଷ୍ଟିଚ୍ୟୁଟ ଅଫ ବାୟୋଟେକ୍ନୋଲୋଜି, ଏକାଡେମି ଅଫ ମିଲିଟାରି ମେଡିକାଲ ସାଇନ୍ସେସ ଦ୍ୱାରା ଏହି ଟୀକା ପିଏଲଏ ମେଜର ଜେନେରାଲ ଚେନ ୱେଇଙ୍କ ନେତୃତ୍ୱାଧୀନ ଦଳେ ଗବେଷକ ବିକଶିତ କରିଛନ୍ତି । ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁସାରେ ଏହି ଟୀକା ବିକାଶ କରିବାକୁ ବୈଜ୍ଞାନିକମାନେ ଜେନେଟିକ ଇଞ୍ଜିନିୟରିଂ ପଦ୍ଧତି ବ୍ୟବହାର କରିଛନ୍ତି । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସମୟରେ ବୈଜ୍ଞାନିକମାନେ ଏହି ଟୀକାର ସୁରକ୍ଷା ଉପରେ ଧ୍ୟାନ ଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ସ୍ୱେଚ୍ଛାସେବୀଙ୍କଠାରୁ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ସଂଖ୍ୟକ ସ୍ୱେଚ୍ଛାସେବୀଙ୍କୁ ସାମିଲ କରାଯାଇଛି । ଏହି ଟୀକାର ପ୍ରଥମ ପରୀକ୍ଷଣ ମାର୍ଚ୍ଚ ମାସରେ ହୋଇଥିଲା ।
